Indus Valley Times

ଅଲିଭ୍ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ ଆଜିଠୁ ଲାଗିଲା କଟକଣା

 Breaking News

ଅଲିଭ୍ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ ଆଜିଠୁ ଲାଗିଲା କଟକଣା

ଅଲିଭ୍ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ ଆଜିଠୁ ଲାଗିଲା କଟକଣା
November 01
11:42 2023

ଭୁବନେଶ୍ୱର,୧/୧୧: ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ ଆଜିଠାରୁ ୭ ମାସ ଲାଗି କଟକଣା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା ଓ ଦେବୀ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି।
ଏଣେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ।
ପ୍ରାୟ ୭ ମାସ ଯାଏଁ ମତ୍ସଜୀବୀମାନେ ସମୁଦ୍ରରୁ ମାଛ ନଧରିବା ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏଭଳି କଟକଣା ଲଗାଯାଇଥାଏ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031