Indus Valley Times

ଅଷ୍ଟାଦଶ ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ; ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ

 Breaking News

ଅଷ୍ଟାଦଶ ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ; ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ

ଅଷ୍ଟାଦଶ ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ; ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ
June 24
12:06 2024

ନୂଆଦିଲ୍ଳୀ, ୨୪/୬: ୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।
ତୃତୀୟ ପାଳିର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦ ତଥା ଦେଶବାସୀଙ୍କ ପ୍ରତି ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ, ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି । ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି।
‘ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି ।
ଏହି ସୁଯୋଗ ୬୦ ବର୍ଷ ପରେ ଆସିଛି । ଏହା ସାରା ବିଶ୍ୱରେ ଦେଶ ପାଇଁ ଗୌରବର କଥା । ଯେବେ ଦେଶର ଜନତା ତୃତୀୟ ଥର ପାଇଁ ଏହି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହାର ଅର୍ଥ ସରକାରଙ୍କ ସମର୍ପଣ ଭାବ, ନୀତି , ନିୟତି ଉପରେ ଲୋକେ ମୋହର ଲଗାଇଛନ୍ତି’ ଏଥିପାଇଁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031