Indus Valley Times

ଆଇଏମଡି ଡିଜିଙ୍କ ବଡ଼ ସୂଚନା: ୨୬ରେ ବାତ୍ୟା, ୨୮ ସକାଳେ ସ୍ଥଳ ଭାଗ ଛୁଇଁବ

 Breaking News

ଆଇଏମଡି ଡିଜିଙ୍କ ବଡ଼ ସୂଚନା: ୨୬ରେ ବାତ୍ୟା, ୨୮ ସକାଳେ ସ୍ଥଳ ଭାଗ ଛୁଇଁବ

ଆଇଏମଡି ଡିଜିଙ୍କ ବଡ଼ ସୂଚନା: ୨୬ରେ ବାତ୍ୟା, ୨୮ ସକାଳେ ସ୍ଥଳ ଭାଗ ଛୁଇଁବ
October 23
19:40 2026

ନୂଆଦିଲ୍ଲୀ, ୨୩/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ସ୍ପଷ୍ଟତା ଆସିଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୬ ତାରିଖରେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ବର୍ତ୍ତମାନ ପରିସ୍ଥିତିରେ ଆକଳନ କରିବା ଉଚିତ ନୁହେଁ ବୋଲି ଆଇଏମଡି ଡିଜି ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆଇଏମଡିର ସୂଚନା ଆଧାରରେ, ଶୁକ୍ରବାର ସକାଳ ୫ଟା ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧିରେ ଧିରେ ଘନୀଭୂତ ହୋଇ ଆସନ୍ତାକାଲି, ୨୪ ତାରିଖରେ ଅବପାତରେ ପରିଣତ ହେବ । ସେହିପରି ୨୫ ତାରିଖରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇ ପାରେ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ୨୮ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ମଧ୍ୟ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁଠି ମାଡ଼ ହେବ ଏବଂ ପବନର ବେଗ କେତେ ରହିବା ତାହା ପ୍ରାଥମିକ ସ୍ତରରେ ଆକଳନ କରାଯାଇ ନାହିଁ ।
୭୦ ରୁ ୮୦ କିମି ବେଗରେ ବହିବ ପବନ
ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୫୫ କିମି ରହିଛି । ସେହିପରି ୨୪ ତାରିଖ (ଆସନ୍ତାକାଲି) ଅବପାତରେ ପରିଣତ ହେବା ପରେ ପବନର ବେଗ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ଓ ଝଟକା ପବନ ୬୫ କିମି ରହିବ । ଆସନ୍ତା ୨୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିମି ଏବଂ ଝଟକା ପବନ ୭୫ କିମି ରହିବ । ସେହିପରି ୨୬ ତାରିଖ ବେଳକୁ ଘଣ୍ଟା ପ୍ରତି ପବନର ବେଗ ୭୦ ରୁ ୮୦ କିମି ଓ ଝଟକା ପବନ ୯୦ କିମି ରହିବାର ସମ୍ଭାବନା ରହିଛି ।
ସ୍ଥଳ ଭାଗ କେଉଁଠାରେ ଛୁଇଁବ ଏବଂ ସେତେବେଳେ ପବନର କେତେ ରହିବ ତାହା ବର୍ତ୍ତମାନ ପୂର୍ବାନୁମାନ କରାଯାଇ ପାରିବ ନାହିଁ । ଅବପାତରେ ପରିଣତ ହେବା ପରେ ତାହା ଆକଳନ କରାଯାଇ ପାରିବ ବୋଲି ଆଇଏମଡି ଡିଜି କହିଛନ୍ତି ।
ଭୀଷଣ ବର୍ଷା ସମ୍ଭାବନା
ଏହି ଲଘୁଚାପ ପ୍ରଭାବରେ ଆଣ୍ଡାମାନରେ ଆସନ୍ତା ୨୫ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ୨୬ ତାରିଖରୁ ବର୍ଷା ଆରମ୍ଭ ହେବ ଏବଂ ୨୭ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୮ ଓ ୨୯ ତାରିଖରେ ଭୀଷଣ ବର୍ଷା ହେବାର ରହିଛି । କିଛି କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହୋଇପାରେ ।
ସତର୍କ ସୂଚନା
ଏହି ସମୟରେ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୨୬ ତାରିଖରୁ ୨୯ ତାରିଖ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବନ୍ଦର ଗୁଡ଼ିକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031