Indus Valley Times

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ଚତୁର୍ଥ କିସ୍ତି, ତୁରନ୍ତ ଚେକ୍ କରନ୍ତୁ ଖାତା

 Breaking News

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ଚତୁର୍ଥ କିସ୍ତି, ତୁରନ୍ତ ଚେକ୍ କରନ୍ତୁ ଖାତା

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ଚତୁର୍ଥ କିସ୍ତି, ତୁରନ୍ତ ଚେକ୍ କରନ୍ତୁ ଖାତା
March 08
12:54 2026

ପୁରୀ,୮/୩: ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି।
ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫ ହଜାର କୋଟିରୁ ଅଧିକ ଟଙ୍କା ସିଧା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏବେସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ଜଣ ଆବେଦନ କରିଛନ୍ତି।
ଯୋଗ୍ୟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କ ମଧ୍ୟରେ ୨ ଲକ୍ଷ ୧୩ ହଜାର ୧୯୮ଜଣ ନୂଆ ହିତାଧିକାରୀ ଯୋଡି ହୋଇଛନ୍ତି। ସୁଭଦ୍ରା ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ଯାଞ୍ଚ କରାଯାଇ ଆଉ ୩୬ ହଜାର ୩୮୫ଜଣ ସୁଭଦ୍ରା ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଏପ୍ରିଲ ମାସରେ ୨୧ ବର୍ଷ ହୋଇଥିବା ମହିଳାମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ୨୧ ବର୍ଷ ହୋଇଥିବା ଯେଉଁ ମହିଳାମାନେ ଗତ ଜାନୁଆରୀ ମାସରେ ପ୍ରଥମ ସୁଭଦ୍ରା ଟଙ୍କା ପାଇଛନ୍ତି, ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031