Indus Valley Times

ଆକ୍ସନମୋଡ଼ରେ ପୋଲିସ, ୯ ଦିନରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର

 Breaking News

ଆକ୍ସନମୋଡ଼ରେ ପୋଲିସ, ୯ ଦିନରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଆକ୍ସନମୋଡ଼ରେ ପୋଲିସ, ୯ ଦିନରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର
May 25
10:52 2026

ବ୍ରହ୍ମପୁର, ୨୫/୫ : ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ଅଭିଯୁକ୍ତ ଜଗା। ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏପରିକି ଅମ୍ବିକା ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଗା ମଙ୍ଗଳା ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବିଚ ରାସ୍ତାରେ ହାଣି ଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିବା ସମୟରେ ତାକୁ ମାଡି ବସିଥିଲା ପୋଲିସ। ହେଲେ ସେ ଖଣ୍ଡାରେ ପୋଲିସଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଯାହାଫଳରେ ଅଭିଯୁକ୍ତ ଜଗାକୁ ପୋଲିସ ଏନକାଉଣ୍ଟର କରିଥିଲା। ଗୋଡ଼ରେ ଗୁଳି ବାଜିବା ଫଳରେ ତାକୁ ତୁରନ୍ତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଚି।
ତେବେ ବ୍ରହ୍ମପୁର ପୋଲିସର ଆକ୍ସନରେ ପୁରା ଗୁଣ୍ଡା ଏବଂ ମାଫିଆଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି। ୧୬ ଓ ୨୧ ତାରିଖରେ ଦୁଇଟି ଏନକାଉଣ୍ଟର୍ ହୋଇଥିଲା ବେଳେ ଗତରାତିରେ ଆଉ ଏକ ଏନକାଉଣ୍ଟର ହୋଇଛି। ୯ ଦିନରେ ପୋଲିସ ୩ ଜଣଙ୍କୁ ଏନକାଉଣ୍ଟର କଲାଣି। ଏଣୁ ଅପରାଧୀ ଯଦି ସୁଧରୀ ବେନି ତେବେ ଏନକାଉଣ୍ଟର ସଂଖ୍ୟା ଆହୁରି ଵୃଦ୍ଧି ପାଇବ ବୋଲି ପୋଲିସ ସୂଚନା ଦେଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930