Indus Valley Times

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର

 Breaking News

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର
November 12
11:20 2024

ପୁରୀ,୧୨/୧୧ : ମଙ୍ଗଳବାର (୧୨ ତାରିଖ)ଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।
ଏହାକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପଞ୍ଚକରେ ଶ୍ରୀମନ୍ଦିରରେ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ।
ମହାପ୍ରଭୁଙ୍କ ଦର୍ଶନ ସାରି ଭକ୍ତମାନେ ଅନ୍ୟ ୩ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସର୍କିଟ ହାଉସରେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ପରେ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ସ୍ବାଇଁ ସୂଚନା ଦେଇ କହିଛନ୍ତି, ୧୨ତାରିଖଠାରୁ ପଞ୍ଚକ ବ୍ରତ ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏନେଇ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି।
ଚଳିତ ବର୍ଷ ପଞ୍ଚକ ୪ଦିନ ପଡୁଛି। ତେଣୁ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁବିଧା ଦର୍ଶନ ନିମନ୍ତେ ଟାଉନ ଥାନା ନିକଟରୁ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି।
ବ୍ୟାରିକେଡ୍ ମଧ୍ୟରେ ପିଇବା ପାଣି ଠାରୁ ଆରମ୍ଭ କରି ଆଲୋକ, ଫ୍ୟାନ୍ ବ୍ୟବସ୍ଥା ହୋଇଛି। ନୀତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଡିସପ୍ଲେ ଓ ମାଇକ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀବିଗ୍ରହଙ୍କ ଦର୍ଶନ କରିବା ପରେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ।
ସେହିପରି ସମସ୍ତ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ରକୂଳରେ ଲାଇଫ୍‌ଗାର୍ଡ, ଅଗ୍ନିଶମ ବାହିନୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତଙ୍କ ସୁବିଧା ନିମନ୍ତେ ପାଇଁ ଶ୍ରୀମନ୍ଦିର ପରିସରରେ ପୋଲିସ ଅଧିକାରୀମାନେ ନିୟୋଜିତ ରହିବେ। ପଞ୍ଚକରେ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହେବ।
ହବିଷିଆଳିମାନେ ଯେପରି ସୁରୁଖୁରୁରେ ଦର୍ଶନ କରିବେ ସେ ନେଇ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ବସିଥିବା ଉଠାଦୋକାନୀମାନଙ୍କୁ ଉଠାଯିବ। ଅପରପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମା ପର‌୍ୟ୍ୟନ୍ତ ଭକ୍ତଙ୍କ ଗହଳିକୁ ଦୃଷ୍ଟିକୁ ରଖି ଧ୍ୱଜାବନ୍ଧା ସମୟ ପରିବର୍ତ୍ତନ କରାଯାଇଛି। ଶ୍ରୀଘ ଧ୍ୱଜା ବନ୍ଧାଯାଉଛି। ସମସ୍ତ ବିଭାଗ ପରସ୍ପର ସହ ଆଲୋଚନା କରି ନିଜ ନିଜ କାର‌୍ୟ୍ୟକୁ ସୂଚାର ରୂପେ କରିବା ନିମନ୍ତେ କୁହାଯାଇଛି। ବୋଲି ଜିଲାପାଳ କହିଛନ୍ତି।
ବୈଠକରେ ଏସ୍‌ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଏସ୍‌ପି ସୁନିଲ କୁମାର ମିଶ୍ର, ଉପଜିଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ଏବଂ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ପଞ୍ଚକକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ବାହାରେ ଅଧିକ ସଂଖ୍ୟକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିରରେ ୫ଜଣ ଅତିରିକ୍ତ ଏସ୍‌ପି, ୧୫ଜଣ ଡିିଏସ୍‌ପି, ୨୬ ଜଣ ପୋଲିସ ଅଧିକାରୀ, ୩୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି ଏସ୍‌ପି କହିଛନ୍ତି। ସେ ଏହି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସିଂହଦ୍ୱାର ଥାନା ଆଉଟପୋଷ୍ଟ ନିକଟରେ ହୋଇଥିବା ବ୍ୟବସ୍ଥା ବିଷୟରେ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930