Indus Valley Times

ଆଜି ହେଉଛି ଆଲୋକର ପର୍ବ ଦୀପାବଳି

 Breaking News

ଆଜି ହେଉଛି ଆଲୋକର ପର୍ବ ଦୀପାବଳି

ଆଜି ହେଉଛି ଆଲୋକର ପର୍ବ ଦୀପାବଳି
October 31
12:40 2024

ଓଡ଼ିଶା, ୩୧/୧୦ : ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ ।
ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠେ ପ୍ରତ୍ୟକ ଘର । ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ ।
ହିନ୍ଦୁ ପରାମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା।
ଏହା ଏକ ପ୍ରକାର ସକାରାତ୍ମକ ଶକ୍ତି। ତେଣୁ ଏହି ଦିନ ଘରକୁ ଆଲୋକରେ ସଜାଇ ଲୋକେ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଆଲୋକ ଜାଳନ୍ତି ବୋଲି କୁହାଯାଏ। ଏହିଦିନ ବଡବଡୁଆଙ୍କୁ ଶ୍ରାଦ୍ଧ ଦିଆଯାଏ । ପିଠାପଣା ହୁଏ । ଏହାସହ ଦୀପାବଳୀ ଉତ୍ସବ ପାଳନ ବିଷୟରେ ବିଭିନ୍ନ ପୁରାଣ ଓ ଲୋକକଥା ରହିଛି ।
ପୌରାଣିକ ଲୋକକଥା ଅନୁଯାଇ , ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ସେହି ଦିନକୁ ଅଯୋଧ୍ୟାବାସୀ ଆନନ୍ଦର ସହ ବାଣ ଫୁଟାଇ, ଦୀପ ଜାଳି ବିଜୟ ଉତ୍ସବ ପାଳନ କରିଥିଲେ । ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳାଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି ।
ଅନ୍ୟ ଏକ ପୌରାଣିକ ମତବାଦ ହେଲା, ମହାଦାନୀ ବଳି ପାତାଳରେ ରାଜା ହେବାରେ ପୃଥିବୀ ପୃଷ୍ଟକୁ ଆସିଥିଲେ । ସେଦିନ ଲୋକେ ତାଙ୍କୁ ସ୍ବାଗତ କରିବା ପାଇଁ ଆଲୋକର ପର୍ବ ପାଳନ କରିଥିଲେ ।
ଦୀପାବଳି ନେଇ ବହୁ ପୌରାଣିକ କଥା ରହିଛି । ଉତ୍ତର ଭାରତରେ ଦୀପାବଳିକୁ ବହୁ ଜାକଜମକରେ ପାଳନ କରାଯାଇଥାଏ । ଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031