Indus Valley Times

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

 Breaking News

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ
April 05
12:16 2025

ଭୁବନେଶ୍ୱର, ୫/୪ : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହେବେ ଏକାମ୍ର ଅଧିପତି ରାଜଧିରାଜ ଲିଙ୍ଗରାଜ ମହାପ୍ରଭୁ କ୍ଷ ଅଶୋକାଷ୍ଟମୀ ପର୍ବ ସମଗ୍ର ଓଡ଼ିଶାରେ ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ।
ଏହି ପର୍ବଟି ଦେବୀ ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜଙ୍କୁ ସମର୍ପିତ ଅଟେ । ଏହିଦିନ ଚୈତ୍ର ନବରାତ୍ରି ମହାଷ୍ଟମୀ ଦିନ ହୋଇଥାଏ । ଏହି ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।ମହାପ୍ରଭୁଙ୍କ ରଥର ନାମ ରୁକୁଣା ଅଟେ, ତେଣୁ ଏହା ରୁକୁଣା ରଥ ଯାତ୍ରା ଭାବେ ମଧ୍ୟ ପ୍ରସିଦ୍ଧ ।
ପୁରାଣ ଅନୁଯାୟୀ ଭାରତ ବର୍ଷର ପ୍ରଥମ ଅଶ୍ୱମେଧ ଯଜ୍ଞ ଅଶୋକ ବୃକ୍ଷ ମୂଳରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ପର୍ବଟି ନାମ ଅଶୋକାଷ୍ଟମୀ ।ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ମାତା ପାର୍ବତୀ ଅଶୋକ ବୃକ୍ଷ ମୂଳରେ ତପସ୍ୟା କରି ଆଜିର ଦିନରେ ପ୍ରଭୁ ଶଙ୍କରଙ୍କୁ ଭେଟିଥିଲେ ।
ମାନ୍ୟତା ରହିଛି ଯେ ଅଶୋକାଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଓ ମାତା ଜାନକୀ ଅଶୋକ ବୃକ୍ଷ କୁ ପୂଜା କରି ଶୋକ ରହିତ ହୋଇ ଥିବାରୁ ଆଜିର ଦିନଟି ଅଶୋକାଷ୍ଟମୀ ଭାବରେ ପାଳିତ ହୋଇଥାଏ ।
ଯେତେବେଳେ ରାବଣ ମାତା ଜାନକୀ ଙ୍କୁ ନେଇ ଅଶୋକ ବନରେ ରଖିଥିଲା ମାତା ଜାନକୀ ଆଜିର ଦିନରେ ଅଶୋକ କଳିକା ସେବନ କରି ଶୋକରୁ ରହିତ ହୋଇଥିଲେ । ମାନ୍ୟତା ରହିଛି ଯେ ପ୍ରଭୁ ରାମଚନ୍ଦ୍ର ଗୁରୁ ବଶିଷ୍ଠ ଙ୍କ ପରାମର୍ଶ କ୍ରମେ ଆଜିର ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଶୋକରୁ ମୁକ୍ତି ପାଇଥିଲେ ।
ପ୍ରତିବର୍ଷ ମହାପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାଇଥାନ୍ତିଫ ଆଉ ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବାରୁ ଏହାକୁ ”ଅଶୋକାଷ୍ଟମୀ” କୁହାଯାଏ।
ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ। ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
କ୍ଟ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31