Indus Valley Times

ଆଜି ହେଉଛି ପବିତ୍ର କୁମାର ଉତ୍ସବ, ଚଳଚଞ୍ଚଳ ଗାଁଠୁ ସହର

 Breaking News

ଆଜି ହେଉଛି ପବିତ୍ର କୁମାର ଉତ୍ସବ, ଚଳଚଞ୍ଚଳ ଗାଁଠୁ ସହର

ଆଜି ହେଉଛି ପବିତ୍ର କୁମାର ଉତ୍ସବ, ଚଳଚଞ୍ଚଳ ଗାଁଠୁ ସହର
October 25
10:21 2026

ଭୁବନେଶ୍ୱର, ୨୫/୧୦ : ଆଜି ହେଉଛି ଆଶ୍ବିନ ମାସର ଶେଷ ଦିନ ପୂର୍ଣ୍ଣମୀ ତିଥି। କାଲିଠାରୁ ଆରମ୍ଭ ହେବ ପବିତ୍ର ମାସ କାର୍ତ୍ତିକ । ଆଜିର ଦିନକୁ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ଭାବରେ ପାଳନ କରୁଛନ୍ତି । ଏହାକୁ ଓଡିଶାର କୁଆଁରୀ ଝିଅ ମାନଙ୍କ ଏକ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ।
କାରଣ ସାରା ଓଡିଶାରେ ଏହି ଦିନଟିକୁ କୁଆଁରୀ ଝିଅ ମାନେ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପର୍ବରେ ଯୁବତୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ନୂଆ ପୋଷାକ ପିନ୍ଧନ୍ତି। ଏହାପରେ ସୂର୍ଯ୍ୟଦେବଙ୍କୁ ଖଇ, ଫଳମୂଳ ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରିଥାନ୍ତି। ଏହି ପରମ୍ପରାକୁ ଅଞ୍ଜୁଳି ଟେକା ବୋଲି କୁହାଯାଏ ।
ସନ୍ଧ୍ୟା ହେଲେ ଆକାଶରେ ଜହ୍ନ ଉଇଁବାକୁ ସମସ୍ତଙ୍କ ଅପେକ୍ଷା । ପୂର୍ଣ୍ଣଚନ୍ଦ୍ରଙ୍କୁ ଦର୍ଶନ କରି ଯୁବତୀମାନେ ଚନ୍ଦ୍ର ପୂଜା କରନ୍ତି । ପୂଜାରେ ମୁଖ୍ୟତଃ ‘ଚନ୍ଦ୍ର ଚକଟା’ ଏବଂ ‘ମୁଣ୍ଡ ପିଠା’ (ଚନ୍ଦ୍ର ମୁଣ୍ଡ) ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। କିନ୍ତୁ ଏହାର ରହିଛି କିଛି ଭିନ୍ନତା । କିଛି ସ୍ଥାନରେ ଏହାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଅଂଶରେ ଆଜିର ଦିନକୁ ଜହ୍ନି ଓଷା ରୂପେ ପାଳନ କରାଯାଏ।
ଉତ୍ତର ପୂର୍ବ ଓଡିଶାର କୁଆଁରୀ ଝିଅମାନେ ପୂର୍ଣ୍ଣମୀର ପାଞ୍ଚ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ପୂର୍ବକ ସତ୍ତ୍ବିକ ରହି ପାଳନ କରୁଥିବା ସ୍ଥଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଝିଅମାନେ ଦୀର୍ଘ ଏକ ମାସ ପୂର୍ବରୁ ସାତ୍ତ୍ଵିକ ରହି ଆଜି ଦିନରେ ଏହାର ପୂର୍ଣ୍ଣାହୂତି ଦିଅନ୍ତି ।
ବିଶ୍ୱାସ ରହିଛି କାଳେ ଏହି ଓଷା କଲେ କୁଆଁରୀ ଝିଅମାନେ ମନଲାଖୀ ବର ପାଇଥାନ୍ତି । କିନ୍ତୁ ଲୋକକଥା ଅନୁଯାୟୀ ଏହି ଓଷା, ଝିଅମାନେ ନିଜ ଭାଇମାନଙ୍କ ଶୁଭ ମନାଷୀ କରିଥାନ୍ତି । ତେବେ ସିଏ ଯାହା ହେଉନା କାହିଁ, ଏହା ଓଡିଆ ଘରର ଏକ ପ୍ରାଚୀନ ପରମ୍ପରା । ଏହି ସମୟରେ ଅନେକ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଥାଏ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031