Indus Valley Times

ଆଜି ହେଉଛି ପବିତ୍ର ମାଘ ସପ୍ତମୀ

 Breaking News

ଆଜି ହେଉଛି ପବିତ୍ର ମାଘ ସପ୍ତମୀ

ଆଜି ହେଉଛି ପବିତ୍ର ମାଘ ସପ୍ତମୀ
January 25
13:21 2026

ଭୁବନେଶ୍ୱର, ୨୫/୧: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିକୁ ମାଘ ସପ୍ତମୀ ବା ରଥ ସପ୍ତମୀ କୁହାଯାଏ । ଏହି ଦିନକୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇବା କିମ୍ବା ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ବିଶ୍ବାସ କରାଯାଏ ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ଦ୍ବାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ବାସ୍ଥ୍ୟ ଲାଭ ହୋଇଥାଏ । ତେଣୁ ମାଘ ସପ୍ତମୀରେ ବୁଡ ପକାଇବାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।
ପୌରାଣିକ କଥା ଅନୁଯାୟୀ, ମାଘ ସପ୍ତମୀରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବତା ଜନ୍ମ ଲାଭ କରିଥିଲେ। ରାଜା ଯଶୋବର୍ମାଙ୍କ ରୁଗ୍ଣ-ବ୍ୟାଧିଗ୍ରସ୍ତ ପୁତ୍ର ମାଘ ସପ୍ତମୀ ଦିନ ସୂର‌୍ୟ୍ୟ ଦେବତାଙ୍କୁ ପୂଜା କରି ରୋଗ ମୁକ୍ତ ହୋଇଥିଲେ। ସେହି ଦିନଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି। ଏହା ସହ ମାଘ ସପ୍ତମୀରେ କେତେକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଦକ୍ଷିଣ ଭାରତର କେତେକ ବୈଷ୍ଣବ ମନ୍ଦିରରେ ଆଜିର ଦିନରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଥାଏ। ସେହିପରି ଉତ୍ତର ଭାରତରେ ଏହି ଦିନ ‘ଅଚଳା ସପ୍ତମୀ’, ତଥା ‘ସୂର‌୍ୟ୍ୟ ସପ୍ତମୀ’ ଭାବେ ଖ୍ୟାତ ।
ମାଘର ପୁରା ମାସକୁ ପୂର୍ଣ୍ନମାସ କୁହାଯାଇଥାଏ। ଏହି ମାସରେ ପଡ଼ିଥିବା ଶୁକ୍ଳପକ୍ଷ ଅମାବାସ୍ୟା, ପୂର୍ଣ୍ନିମା ଏବଂ ସପ୍ତମୀ ତିଥିର ବହୁତ ମହତ୍ତ୍ବ ରହିଛି । ମାଘମାସ ସପ୍ତମୀରେ ଯେଉଁ ବ୍ୟକ୍ତି ସୂର‌୍ୟ୍ୟ ଙ୍କର ପୂଜା କରିବାପରେ ମିଠା ଭୋଜନ କିମ୍ବା ଫଳ ସେବନ କରିଥାନ୍ତି ସେମାନେ ପୂରା ବର୍ଷ କରୁଥିବା ସୂର୍ଯ୍ୟଙ୍କ ପୂଜାର ପୂଣ୍ୟ ତାଙ୍କୁ ଏହି ଗୋଟିଏ ଥରରେ ପ୍ରାପ୍ତ ହୋଇଥାଏ । ଭବିଷ୍ୟ ପୁରାଣରେ ମାଘ ସପ୍ତମୀ ଦିନ ଲୁଣ ଖାଇବା ମନା କରାଯାଇଛି , କୁହାଯାଏ ଯଦି ବିନା ଲୁଣରେ ଏହି ବ୍ରତ କରାଯାଏ ତେବେ ଏହି ବ୍ରତ ବହୁତ ଲାଭକାରୀ ହୋଇଥାଏ । ଏହି ବ୍ରତର ମହତ୍ତ୍ବ ବିଷୟରେ ପୁରାଣରେ କୁହାଯାଇଛି , ଏହି ବ୍ରତରେ ସୌଭାଗ୍ୟ, ରୂପ ଏବଂ ସନ୍ତାନ ସୁଖ ପ୍ରଦାନ ହୋଇଥାଏ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31