Indus Valley Times

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ: ଉଦ୍ଧାର କଲେ ଅଗ୍ନିଶମବାହିନୀ

 Breaking News

ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ: ଉଦ୍ଧାର କଲେ ଅଗ୍ନିଶମବାହିନୀ

December 08
11:28 2023

ଭୁବନେଶ୍ୱର,୮/୧୨ : ଯାହାକୁ ରଖିବେ ଅନନ୍ତ, କି ମାରିପାରେ ବଳବନ୍ତ । ଏପରି ଏକ ଘଟଣା କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ଘଟିଛି। ଆତ୍ମହତ୍ୟା କରିବାକୁ ଜଣେ ଯୁବକ ଭୁବନେଶ୍ୱରରୁ ଜାତମୁଣ୍ଡିଆ ବ୍ରିଜ ଉପରକୁ ଯାଇଥିଲେ। ସେଠାରୁ ସେ ମହାନଦୀକୁ ଡେଇଁ ବି ପଡ଼ିଥିଲେ।
ମାତ୍ର ଅକ୍ଷତ ଅବସ୍ଥାରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ଫଳରେ ଯୁବକଜଣକ ପୁର୍ନଜନ୍ମ ପାଇଥିବା ସମସ୍ତେ କହିଛନ୍ତି। ଉଦ୍ଧାର ପାଇଥିବା ଯୁବକଜଣକ ହେଉଛନ୍ତି ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ଶେଖ ଜାହାଙ୍ଗୀର ।
ନିଜ ସାଙ୍ଗ ସହ ଗଣ୍ଡଗୋଳ ପରେ ଭୟଭୀତ ହୋଇ ପଡ଼ିଥିଲେ ଜାହାଙ୍ଗୀର। ଏପରିକି ସାଙ୍ଗର ପରିବାର ଲୋକେ ଖୋଜାଖୋଜି କରୁଥିବାରୁ ସେ ବାଇକ୍ ଧରି ବାଙ୍କୀ ଚାଲି ଆସିଥିଲେ। ଇତି ମଧ୍ୟରେ ଅତ୍ୟଧିକ ଭୟଭୀତ ହୋଇ ଯାଇଥିବାରୁ ସେ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ। ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ବାଙ୍କୀ- ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ନିଜ ବାଇକ୍ ରଖିଥିଲେ। ଏହାପରେ ଆଖି ପିଛୁଳାକେ ମହାନଦୀକୁ ଡେଇଁ ପଡ଼ିଥିଲେ।
ମାତ୍ର ନଦୀରେ ଏବେ ପାଣି କମ୍ ଥିବାରୁ ତାଙ୍କ ମୁଣ୍ଡ ବାଲିରେ ମାଡ଼ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ର କର୍ମଚାରୀମାନେ ଓ ସୁବର୍ଣ୍ଣପୁର ଫାଣ୍ଡି ପୁଲିସ୍ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।
ନିଜର ଏପରି ପଦକ୍ଷେପ ପାଇଁ ଯୁବକଜଣକ ପଶ୍ଚାତାପ କରୁଥିବା ବେଳେ ଭବିଷ୍ୟତରେ ଆଉ ଏପରି କରିବେ ନାହିଁ ବୋଲି ବି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031