Indus Valley Times

ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ଗିରଫ : ପାଞ୍ଚ ଲକ୍ଷ ମୁଲ୍ୟର ବ୍ରାଉନ ସୁଗର ଜବତ, ତିନି ଗିରଫ

 Breaking News

ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ଗିରଫ : ପାଞ୍ଚ ଲକ୍ଷ ମୁଲ୍ୟର ବ୍ରାଉନ ସୁଗର ଜବତ, ତିନି ଗିରଫ

ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ଗିରଫ : ପାଞ୍ଚ ଲକ୍ଷ ମୁଲ୍ୟର ବ୍ରାଉନ ସୁଗର ଜବତ, ତିନି ଗିରଫ
April 03
21:41 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୩/୪ : ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚରାଭୂମି । ଆଜି ଛତିପୁର ଅଂଚଳରୁ ବ୍ରାଉନ ସୁଗର ଜବତ ସହ ତିନି ଯୁବକ ଗିରଫ ଘଟଣା ଏହାକୁ ପ୍ରମାଣିତ କରୁଛି।
ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ ସତ୍ୱେ ଏହି କାରବାରରେ ରୋକ ଲାଗି ପାରୁନି। ତେବେ ଛତିପୂର ଖେଳ ପଡିଆ ଠାରୁ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଗିରଫ ଘଟଣା ଏହାକୁ ସ୍ପଷ୍ଟ କରିଛି।
ପ୍ରକାଶ ଥାଉ କି ଜିଲ୍ଲା ପୋଲିସର ସମସ୍ତ ଥାନା ଅଞ୍ଚଳକୁ ନିଶା ମୁକ୍ତ କରିବା ପାଈଁ ପଣ କରିଛି।
ଅନ୍ୟ ପକ୍ଷରେ ଛତିପୁର ଖେଳ ପଡିଆ ଠାରେ ଏକ ବ୍ରାଉନ ସୁଗର ଡିଲ ହେଉଥିବା ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା।
ସେମାନଙ୍କୁ ଧରିବା ଲାଗି ଏସ୍ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଓ ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ଟିମ ଗଠନ କରାଯାଇଥିଲା।
ଏହି ଟିମ ସବ ଇନ୍ସପେକ୍ଟର ସୁଜାତା ପଳେଇଙ୍କ ନେତୃତ୍ବରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବେପାରୀ ଓ ଗ୍ରାହକ ତିନି ଜଣଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଙ୍କ ମଧ୍ୟରେ ଜଟଣୀ ଥାନା ଅନ୍ତର୍ଗତ ତିରିମଲ୍ଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଓରଫ ଗାଣ୍ଡୁ ଏବଂ ଗ୍ରାହକ ଦ୍ବୟ ହେଲେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ସୁଧୀର ଚୌଧୁରୀ ଓ ମୋଚିସାହିର ସେକ ଆସିଫ ଓରଫ ପଠାଣ।
ଏଥି ସହିତ ଅଭିଯୁକ୍ତ ଠାରୁ ବୁଲେଟ,ତିନୋଟି ମୋବାଇଲ ଫୋନ୍ ଜବତ କରି ଗିରଫ କରିଛି ବୋଲି ସଦର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏସ ଡି ପି ଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଜୟସିଂହ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031