Indus Valley Times

ଆନ୍ଦୋଳନରେ ବସିଲେ ଆଇନଜୀବୀ, ପୋଲିସ ଓ ଓକିଲ ଧସ୍ତାଧସ୍ତି

 Breaking News

ଆନ୍ଦୋଳନରେ ବସିଲେ ଆଇନଜୀବୀ, ପୋଲିସ ଓ ଓକିଲ ଧସ୍ତାଧସ୍ତି

November 30
12:04 2022

ସମ୍ବଲପୁର, ୩୦/୧୧: ମା’ ମାଟିର ହକ୍ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଦାବି ଆନ୍ଦୋଳନ ଜାରି ରଖିଛନ୍ତି। ଟିକେଟିଂ କରି ସବୁ ସରକାରୀ କାର‌୍ୟ୍ୟାଳୟ ବନ୍ଦ କରି ଦେଇଛନ୍ତି। ଉତ୍ତରାଞ୍ଚଳ ଆର୍ଡିସି, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ଅଫିସ୍ରେ ତାଲା ଝୁଲିଛି।
ଏପଟେ ନେସନଲ୍ ମଣ୍ଡେଲା ଛକରେ ବିରୋଧ ଯୋଗୁ ଜଜ୍ମାନେ କଚେରୀକୁ ଯାଇ ପାରିନାହାନ୍ତି। ଜିଲ୍ଲା ଜଜ୍ଙ୍କ ସମେତ ସମସ୍ତ ଜଜ୍ମାନେ ଓକିଲଙ୍କ ତୀବ୍ର ବିରୋଧ ଯୋଗୁ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଜଜ୍ଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ଓକିଲ ଓ ଜନ ସାଧାରଣ ସେମାନଙ୍କ ଜିଦ୍ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031