Indus Valley Times

ଆନ୍ଧ୍ରରେ କରୋନା, ଚିନ୍ତାରେ ଓଡ଼ିଶା : ଗଞ୍ଜାମରେ ମାର୍ଗଦର୍ଶିକା ଜାରି କରି ସବୁ ହସ୍ପିଟାଲକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

 Breaking News

July 14
18:04 2026

ଭୁବନେଶ୍ୱର,୧୪/୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି। ସୀମାବର୍ତ୍ତୀ ଜିଲାରେ ସତର୍କ କରାଇଛୁ। ଆଗକୁ କେନ୍ଦ୍ର ସରକାର ଯାହା ପରାମର୍ଶ ଦେବେ କାର୍ଯ୍ୟକାରୀ କରାଯିବ। ପୁରୀ ରଥଯାତ୍ରା ପାଇଁ ୨୦୦ ଡାକ୍ତର ନିୟୋଜିତ ଅଛନ୍ତି।ପାରା ମେଡିକାଲ ଷ୍ଟାଫ ଓ ଆଇସିୟୁ ସହ ମେଡିସିନ ବ୍ୟବସ୍ଥା ରହିଛି।
ସେପଟେ ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇଆଲର୍ଟ ଜାରି କରାଯାଇଛି॥ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ ଦିଆଯାଇଛି। SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ଟେଷ୍ଟ ଏବଂ ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଚିଠି
ଲେଖାଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30