Indus Valley Times

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ, ଖର୍ଚ୍ଚ ହେବ ୩୧୧ କୋଟି ଟଙ୍କା

 Breaking News

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ, ଖର୍ଚ୍ଚ ହେବ ୩୧୧ କୋଟି ଟଙ୍କା

February 25
17:46 2026

ଭୁବନେଶ୍ୱର, ୨୫/୨ : କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା। କେନ୍ଦ୍ର ସରକାର ଦେଶରେ ମହିଳା ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି।
ସାରା ଭାରତରେ ଐଚଠ (ହ୍ୟୁମାନ୍ ପାପିଲୋମାଭାଇରସ୍) ଟୀକାକରଣ କାର‌୍ୟ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାର ଲକ୍ଷ୍ୟ ହେଉଛି ସମୟ ମଧ୍ୟରେ ଝିଅମାନଙ୍କୁ ସର୍ଭାଇକାଲ୍ କର୍କଟରୁ ସୁରକ୍ଷା ଦେବା।
ଓଡ଼ିଶାରେ ମଧ୍ୟ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି ମିଳିଛି। ମହିଳାଙ୍କୁ ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ। ସମସ୍ତଙ୍କୁ ବ୍ୟୟ ବହୁଳ ଇଞ୍ଜେକ୍ସନ୍ ବା ଟିକା ମାଗଣା ଦିଆଯିବ। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଚ୍‌ପିଭି ଇଞ୍ଜେକ୍ସନ୍ ପ୍ରଦାନ ନେଇ ଶୁଭାରମ୍ଭ କରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।
ରାଜ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ଟିକା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୮ରେ ଏଚ୍‌ପିଭି ଭ୍ୟାକ୍‌ସିନ୍ ଦିଆଯିବ। ସେଥିପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ରୂପରେଖ ପ୍ରସ୍ତୁତ କରିଛି। ଏକ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତି ଆରମ୍ଭ କରିଛି। ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଟିକା ପ୍ରଦାନ କରିଛନ୍ତି ଏହି ଟିକା ଦୁଇ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ। ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହି ଟୀକାକୁ ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବା ନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଆସିଛି। ଏହାସହିତ ମନ୍ତ୍ରୀ କହିଛନ୍ତି ଯେ ୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ, ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31