Indus Valley Times

ଆରମ୍ଭ ହେଲା ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ : ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲ୍ଲାପାଳ, ଉଜ୍ବଳ ଭବିଷ୍ୟତର କଲେ କାମନା

 Breaking News

ଆରମ୍ଭ ହେଲା ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ : ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲ୍ଲାପାଳ, ଉଜ୍ବଳ ଭବିଷ୍ୟତର କଲେ କାମନା

ଆରମ୍ଭ ହେଲା ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ : ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲ୍ଲାପାଳ, ଉଜ୍ବଳ ଭବିଷ୍ୟତର କଲେ କାମନା
April 03
12:10 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩/୪ : ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯାଇ ଥିବା ନୂତନ ଶିକ୍ଷାନୀତି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଯାଇଛି।
ଶିଶୁ ଵାଟିକାରେ କୁନି କୁନି ପିଲାମାନେ ନାମ ଲେଖାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ଵରୁ ପ୍ରଦାନ କରାଯାଇଥିଲା।
ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।
ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲାପାଳ ଗୌରଵ ଶୀୱାଜୀ ଈସଲୱାର ମୁଖ୍ୟ ଅତିଥି ରୂପେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପିଲା ଙ୍କୁ ଖଡ଼ି ଧରାଇ ସିଲଟ ପଟ୍ଟାରେ ବିଦ୍ୟା ଆରମ୍ଭ କରାଇଥିଲେ ଓ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ।
ଏଭଳି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ପ୍ରଥମକରି ପାଦ ଥାପୁଥିବା ପିଲା ମାନେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ ହେବେ ଏବଂ ଜୀବନବ୍ୟାପୀ ସେମାନଙ୍କ ସ୍କୁଲରେ ପ୍ରଥମ ଦିନର ଅନୁଭୂତିକୁ ସ୍ମରଣୀୟ କରିବ।ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବଲାଙ୍ଗିର ପ୍ରଶାସନ ଦୃଢ଼ ପ୍ରତିଶ୍ରୁତିବଦ୍ଧ।
ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ନିର୍ଭର କରୁଛି।ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ପଦକ୍ଷେପ ନିଆଯାଇ ପିଲାମାନଙ୍କୁ ସଶକ୍ତ,ଆଧୁନିକ ଏବଂ ଆତ୍ମ ନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ପ୍ଳାଟଫର୍ମ ଦ୍ବାରା ପିଲାମାନଙ୍କ ଶିଖିବାର କୌଣସି ସୀମା ରହିବନି।ଅଲ ରାଉଣ୍ଡ ଏକ୍ସପୋଜର ସହ ସବୁ ପ୍ରକାର ଜ୍ଞାନର ଅଭିବୃଦ୍ଧି ଆବଶ୍ୟକ ବୋଲି କହିଥିଲେ।ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ବିବେଚିତ କରିଥିଲେ।
ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା \’ପ୍ରବେଶ ଉତ୍ସବ\’ ଏବଂ \’ଖଡ଼ି ଛୁଆଁ\’ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାରେ ଏହି ବର୍ଷ ୪୦,୦୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବେ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।
ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ଜିଲ୍ଲାପାଳ।ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ୍ଵ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ୍ୱ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଥିଲେ।
ଏହାପରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ ସଭିଏଁ ସ୍କୁଲ ଯିବା ଆଧାରିତ ଏକ ସଚେତନତା ରଥ କୁ ଜିଲ୍ଲାପାଳ ପତାକା ପ୍ରଦର୍ଶିତ କରି ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରିନ୍ସିପାଲ ଜୟପ୍ରକାଶ ଦାସ,ବଲାଙ୍ଗିର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031