Indus Valley Times

ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀର ୩୧ ତମ ସ୍ଵନକ୍ଷତ୍ର ଦିବସ ପାଳିତ, ଛାତ୍ରଛାତ୍ରୀଙ୍କ ଦ୍ଵାରା ୨ ଶହରୁ ଉର୍ଦ୍ଧ୍ବ ପ୍ରକଳ୍ପ ପଦର୍ଶନ

 Breaking News

ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀର ୩୧ ତମ ସ୍ଵନକ୍ଷତ୍ର ଦିବସ ପାଳିତ, ଛାତ୍ରଛାତ୍ରୀଙ୍କ ଦ୍ଵାରା ୨ ଶହରୁ ଉର୍ଦ୍ଧ୍ବ ପ୍ରକଳ୍ପ ପଦର୍ଶନ

ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀର ୩୧ ତମ ସ୍ଵନକ୍ଷତ୍ର ଦିବସ ପାଳିତ, ଛାତ୍ରଛାତ୍ରୀଙ୍କ ଦ୍ଵାରା ୨ ଶହରୁ ଉର୍ଦ୍ଧ୍ବ ପ୍ରକଳ୍ପ ପଦର୍ଶନ
August 07
22:19 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୮: ଖୋରଧା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀ (ଟ୍ରିପଲ ‘ଏ’) ର ୩୧ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼ା. ନନ୍ଦକିଶୋର ପଟ୍ଟନାୟକ, ଅଧ୍ୟକ୍ଷା ତଥା ଡିନ୍ ଡ.ଦିପ୍ତିମୟୀ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଐତିହାସିକ ସତ୍ୟବାଦୀ ବଳିଆରସିଂହ, ନର୍ସିଙ୍ଗ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ଵର୍ଣ୍ଣଲତା ପାତ୍ର, ଏନ ଡ଼ି ଏ ପ୍ରଶିକ୍ଷକ ସୁଶାନ୍ତ କୁମାର ମହାନ୍ତି, ଏକାଡେମି ମୁଖ୍ୟ ଡ଼.ଶଶିକାନ୍ତ ସେନାପତି, ଡାଇରେକ୍ଟର ମିତାଲି ପରିଡା ଓ ଇଷ୍ଟେଟ ମ୍ୟାନେଜର ଚିତ୍ତରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱନକ୍ଷତ୍ର ଦିବସର ପ୍ରତୀକ କେକ୍ କଟାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆବାହନ ସଙ୍ଗୀତ ଗାନ ପରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଜ୍ଞାନ, କଳା, ବାଣିଜ୍ୟ, ସାହିତ୍ୟ ଓ ଚିତ୍ରକଳାକୁ ନେଇ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ବିଭିନ୍ନ ବିଭାଗରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା ।
ଦୀର୍ଘ ୮ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଏକାଦଶ ଶ୍ରେଣୀର ବର୍ଷା, ଆଦ୍ୟାଶା ,ଶରଣ୍ୟା ଓ ଆୟୂଷୀ ପରିଚାଳନା କରିଥିବାବେଳେ ସୋନାଲିସା ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31