Indus Valley Times

ଆସନ୍ତା ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

 Breaking News

ଆସନ୍ତା ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

ଆସନ୍ତା ୨୪ ତାରିଖ ଯାଏଁ ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି
June 19
18:49 2025

ଧର୍ମଶାଳା,୧୯/୬: ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲାପାଳ ପି.ଅନ୍ବେଷା ରେଡ୍ଡୀ।
ଜିଲାରେ ହଇଜା ଓ ଡାଇରିଆ ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ କହିଛନ୍ତି।
ସୂଚନାଥାଉକି, ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି। ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ସୂଚନା ମିଳିଛି। ମୋଟ ୪୯ ନମୁନା ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୩% ହଇଜା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ୧୧ଜଣ ହଇଜାରେ ଆକ୍ରାନ୍ତ ହୋଇଥିଲେ। ବୁଧବାର ରିପୋର୍ଟକୁ ମିଶାଇ ହଇଜା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୭ ହୋଇଛି। ଅନ୍ୟପକ୍ଷେ ହଇଜା ଓ ଡାଇରିଆ ବ୍ୟାପିବାର ଧାରାରେ ପରିବର୍ତ୍ତନ ଆସିଛି।
ପୂର୍ବରୁ ବୟସ୍କ ଲୋକମାନେ ହଇଜା ଓ ଡାଇରିଆରେ ଆକ୍ରାନ୍ତ ହେଉଥିବା ବେଳେ ଗତ ୨ ଦିନ ହେଲା ଶିଶୁ ଓ କିଶୋରମାନେ ଏଥିରେ ସଂକ୍ରମିତ ହେଉଛନ୍ତି। ବୁଧବାର ବ୍ୟାସନଗର ପୌରାଞ୍ଚଳର ନହକା ଓ୍ବାର୍ଡର ଜଣେ ୧ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି।
ସେ ହେଲେ ସୁଜନିକ ମୁର୍ମୁ। ଏହାକୁ ମିଶାଇ ଜିଲାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ନୂଆ ରୋଗୀ ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉ ନ ଥିଲେ ହେଁ ମୃତକଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାରେ ସ୍ବାସ୍ଥ୍ୟ ବିଭାଗ ଏକପ୍ରକାର ବିଫଳ ହୋଇଛି ବୋଲି ମତପ୍ରକାଶ ପାଇଛି।
ଜିଲାରେ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ହଇଜା ବ୍ୟାପୁଥିବା କେନ୍ଦ୍ରୀୟ ଦଳ ପରୋକ୍ଷରେ ସ୍ବୀକାର କରିଛନ୍ତି। ମଙ୍ଗଳବାର ସୁଦ୍ଧା ଜିଲାର ବିଭିନ୍ନ ଡାକ୍ତରଖାନାରେ ୧୭୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ବୁଧବାର ୧୦୪ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେଥିରୁ ୯ଜଣ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହାବାଦ୍ ୧୧୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031