Indus Valley Times

ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ

 Breaking News

ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ

ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ
August 11
18:24 2026

ନୟାଗଡ଼ ୧୧/୮: ଅଭାବନୀୟ ଘଟଣା । ନୟାଗଡ଼ ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।
ଏନେଇ ପରିବାର ଲୋକଙ୍କ ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ । ଏହି ଘଟଣା ପରେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
ମୃତକ ହେଲେ ଗୋଳାପୋଖରୀ ଗାଁର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରା । ସେ ଖଣ୍ଡପଡ଼ା କଲେଜରେ ଯୁକ୍ତ ତିନି ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତ ଦୁଇ ଦିନ ହେଲା ସେ ଭାରୀ ଜ୍ୱରରେ ଆକ୍ରାନ୍ତ ଥିଲେ ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ସେ କଲେଜ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇଥିଲା । ସେ ଅସୁସ୍ଥ ହୋଇପଡ଼ିଥିଲେ ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ, ମେଡିକାଲରେ କାର‌୍ୟ୍ୟରତ ଡାକ୍ତର ସନ୍ତୋଷୀଙ୍କୁ ଦେଖି ସାଲାଇନ୍ ଏବଂ ଏକ ଇଞ୍ଜେକସନ ଦେଇଥିଲେ ।
କିନ୍ତୁ ଦୁର୍ଭାଗ୍ୟର କଥା, ଇଞ୍ଜେକସନ ଦିଆଯିବାର କିଛି ସମୟ ପରେ ସନ୍ତୋଷୀଙ୍କ ଶରୀରରେ ଅତ୍ୟଧିକ ଜଳାପୋଡ଼ା ହୋଇଥିଲା ଏବଂ କିଛି କ୍ଷଣ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ତେବେ ଝିଅର ମୃତ୍ୟୁକୁ ଲୁଚାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ କହିଥିଲେ ।
ଯାହାକୁ ନେଇ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ଝିଅର ଏପରି ଅକାଳ ଏବଂ ସନ୍ଦେହଜନକ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ସମ୍ପର୍କୀୟମାନେ ଭାପୁର ମେଡିକାଲ ପରିସରରେ ପହଞ୍ଚିଥିଲେ ।
ସେଠାରେ ସେମାନେ ଉତ୍ତେଜିତ ହୋଇ ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଜୋରଦାର ପାଟିତୁଣ୍ଡ ଓ ହଙ୍ଗାମା କରିଥିଲେ । ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଛାତ୍ରୀଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଗ୍ରାମବାସୀ କାର‌୍ୟ୍ୟରତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ପରିସ୍ଥିତି ଅତି ଗମ୍ଭୀର ହେବାରୁ ଖବର ପାଇ ଫତେଗଡ଼ ଥାନା ଅଧିକାରୀ ଓ ଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930