Indus Valley Times

ଇତିହାସ ରଚିଲା ନାଗାଲାଣ୍ଡ, ୬୦ ବର୍ଷରେ ପ୍ରଥମ ଥର ବିଧାନସଭାରେ ପହଞ୍ଚିବେ ମହିଳା

 Breaking News

ଇତିହାସ ରଚିଲା ନାଗାଲାଣ୍ଡ, ୬୦ ବର୍ଷରେ ପ୍ରଥମ ଥର ବିଧାନସଭାରେ ପହଞ୍ଚିବେ ମହିଳା

ଇତିହାସ ରଚିଲା ନାଗାଲାଣ୍ଡ, ୬୦ ବର୍ଷରେ ପ୍ରଥମ ଥର ବିଧାନସଭାରେ ପହଞ୍ଚିବେ ମହିଳା
March 02
17:15 2023

କୋହିମା,୨/୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି।
ଭାଜପା ସହଜରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୩୧ ହାତେଇ ନେବାକୁ ଯାଉଛି। ନାଗାଲାଣ୍ଡରେ ସୃଷ୍ଟି ହୋଇଥିବା ଇତିହାସ, ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ନିର୍ବାଚନରେ ଜିତିଛନ୍ତି।
ଦିମାପୁର ତୃତୀୟ ବିଧାନସଭାରୁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି। ହେକାନିଙ୍କୁ ଏନଡିପିପି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା।
ସେ ୧୫୩୬ ଭୋଟରେ ଏଲଜେପି(ରାମ ଭିଲାସ) ର ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ କେବଳ ଚାରିଜଣ ମହିଳା ପ୍ରାର୍ଥୀ ଟିକେଟ ପାଇଥିଲେ। ହେକାନି ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ନିର୍ବାଚନ ସମୟରେ ହେକାନି ପାଇଁ ପ୍ରଚାର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ସହ ପହଞ୍ଚିଥିଲେ।
୪୮ ବର୍ଷ ବୟସ୍କ ଏନଡିପିପି ନେତା ହେକାନି ଆଇନ ଅଧ୍ୟୟନ କରିଛନ୍ତି। ସେ ୨୦୧୩ ରେ ସାନ ଫ୍ରାନ୍ସିସ୍କୋ ସ୍କୁଲ ଅଫ ଲ’ରୁ ମାଷ୍ଟର ଅଫ ଲ ଡିଗ୍ରୀ ହାସଲ କରିଥିଲେ। ହେକାନୀଙ୍କର ୫.୫୮ କୋଟି ମୂଲ୍ୟର ସମ୍ପତ୍ତି ଅଛି।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031