Legatus

ଉପରେ ମୁଣ୍ଡରେ ବଢୁଛି ଜଳସ୍ତର, ଖୋଲାଯିବ ଜଳଭଣ୍ଡାର ଗେଟ୍

 Breaking News

ଉପରେ ମୁଣ୍ଡରେ ବଢୁଛି ଜଳସ୍ତର, ଖୋଲାଯିବ ଜଳଭଣ୍ଡାର ଗେଟ୍

August 04
11:58 2023

କଟକ,୪/୮ : ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ କଟକର ମୁଣ୍ଡଳିଠାରେ ଜଳସ୍ତର କମୁଛି।
ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲା ରହିଛି। ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି।
ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଯୋଷା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପରିସ୍ଥତି ସୃଷ୍ଟି ହୋଇଛି। କଟକ ମୁଣ୍ଡଳୀଠାରେ ସକାଳ ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପଷ୍ଟ୍ରିମରେ ୯୨.୬୦ ଏବଂ ଡାଉନ ଷ୍ଟ୍ରିମରେ ୯୦.୩୦ ଫୁଟ ଜଳସ୍ତର ରହିଛି। ଗତକାଲି ରାତି ୧୧ପରଠୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।
ସୂଚନାଯୋଗ୍ୟ, ଗତକାଲି ମୁଣ୍ଡଳୀରେ ସର୍ବାଧିକ ଜଳପ୍ରବାହ ହେଉଥିଲା। ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ପିକ୍ ଫ୍ଲୋରେ ମୁଣ୍ଡଳିରେ ଜଳସ୍ତର ଥିବା ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ମହାନଦୀରେ ବନ୍ୟା ଆସିବାଯୋଗୁ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଅନେକ ଗାଁରେ ବନ୍ୟା ପାଣି ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ରାସ୍ତାଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛନ୍ନ ହୋଯାଇଛି । ଫଳରେ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31