Indus Valley Times

ଉପାନ୍ତ ଅଞ୍ଚଳ କଣ୍ଡରା, କାଚପାଜୁ ଓ ବାଙ୍କ ପାଜୁରେ ଜିଲ୍ଲାପାଳ

 Breaking News

ଉପାନ୍ତ ଅଞ୍ଚଳ କଣ୍ଡରା, କାଚପାଜୁ ଓ ବାଙ୍କ ପାଜୁରେ ଜିଲ୍ଲାପାଳ

ଉପାନ୍ତ ଅଞ୍ଚଳ କଣ୍ଡରା, କାଚପାଜୁ ଓ ବାଙ୍କ ପାଜୁରେ ଜିଲ୍ଲାପାଳ
February 02
20:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ହରଭଙ୍ଗା,୨/୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣୀଗଡ଼ ପଞ୍ଚାୟତର ବନ ନିବେଷ୍ଟିତ ଦୁର୍ଗମ କଣ୍ଡରା, କାଚପାଜୁ ଓ ବାଙ୍କପାଜୁ ଗ୍ରାମକୁ ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହରଭଙ୍ଗା ଶରତ କୁମାର ସେଠୀ, ତହସିଲଦାର, ହରଭଙ୍ଗା ବିଭୁ ପ୍ରସାଦ ସିଂ, ଡି. ପି. ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ସି. ଡି. ପି. ଓ, ହରଭଙ୍ଗା, ଗୋଷ୍ଠି ଶିକ୍ଷା ଅଧିକାରୀ, ହରଭଙ୍ଗା, ସହକାରୀ ମତ୍ସ୍ୟ ଅଧିକାରୀ, ସହକାରୀ କୃଷି ଅଧିକାରୀ, ହରଭଙ୍ଗା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସମ୍ପ୍ରସାରଣ ଅଧିକାରୀ, ପୋଲିସ ବିଭାଗ, ବନ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ ଏବଂ ସମସ୍ତ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀମାନେ, ଆଡ଼େନିଗଡ଼ ସରପଞ୍ଚ ଅଜିତ କୁମାର ପ୍ରଧାନ, ସ୍ୱାସ୍ଥ୍ୟ ବିଭାଗ ଟିମ (ଉଭୟ ମଣିଷ ଓ ପଶୁ )ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ।
ବିଡ଼ିଓ ଶରତ ଚନ୍ଦ୍ର ସେଠୀ ରାଜ୍ୟ ସରକାରଙ୍କ \’ବିକଶିତ ଗାଁ,ବିକଶିତ ଓଡିଶା\’ ଯୋଜନାରେ ହିଁ ଗାଁ ର ପ୍ରକୃତ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ସେହି ଦୁର୍ଗମ ଗ୍ରାମବାସୀ ମାନଙ୍କ ମୁଖ୍ୟ ସମସ୍ୟା ହେଉଛି ଗ୍ରାମକୁ ଗମନାଗମନ ପାଇଁ ଏକ ସଠିକ୍ ରାସ୍ତା ନଥିବା ହେତୁ ସେମାନେ ନିଜର ସରକାରଙ୍କ ତରଫରୁ ମିଳୁଥିବା ରାସନ୍ ସାମଗ୍ରୀ, ଭତ୍ତା,ଆଣିବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ଗାଁ ର କେହି ମହିଳା ଯଦି ପ୍ରସୂତି ସମୟରେ, କୌଣସି ସମୟରେ ଗୃହପାଳିତ ପଶୁ ପକ୍ଷୀ ମାନେ ରୋଗଗ୍ରସ୍ଥ ହୁଅନ୍ତି ଚିକିତ୍ସା ସେବା ପାଇବା ପାଇଁ ବହୁ ଅସୁବିଧା ଭୋଗ କରନ୍ତି ଏସବୁ ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।
ଜିଲ୍ଲାପାଳ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନେ କିଭଳି ଭାବରେ ପାଇପାରିବେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରଣିପାଳନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକ ଡ଼ା ବିଭୂତି ପଣ୍ଡା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ପ୍ରାଣୀ ମାନଙ୍କ ଟୀକାକରଣ ସ୍ବାସ୍ଥ୍ୟ ପରୀକ୍ଷା କରି ନିଶୁଳ୍କ ଔଷଧ ବିତରଣ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା। ଦୁର୍ଗମ ଅଞ୍ଚଳକୁ ଅଧିକାରୀ ମାନେ ଗସ୍ତ କରି ଲୋକମାନଙ୍କ ଏଭଳି ସମସ୍ୟା ନିଜ ଆଖିରେ ଦେଖି ସେଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶୁତି ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031