Indus Valley Times

ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ

 Breaking News

ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ

ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ
July 14
17:40 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୪/୭ : ଫକୀର ମୋହନ ମହାବିଦ୍ୟାଳୟର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି । ସହଦେବ ଖୁଣ୍ଟା ଥାନା ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ଏ ନେଇ ବାଲେଶ୍ୱର ପୋଲିସ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକଙ୍କୁ ନିଲମ୍ବିତ କରିଥିଲା । କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଛନ୍ତି ।
କଲେଜରେ ଛାତ୍ରୀଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ମାମଲାରେ ଆଇସିସି ରିପୋର୍ଟକୁ ନେଇ ତୁମ୍ବି ତୋଫାନ ହେଉଥିଲା । ଏହି ଘଟଣାରେ ପ୍ରନ୍ସିପାଲଙ୍କ ଗିରଫ ଦାବି କରି ଆସୁଥିଲା ପୀଡ଼ିତାଙ୍କ ପରିବାର ।
ସେପଟେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ମାମଲାରେ ହସ୍ତକ୍ଷେପ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ରାଜ୍ୟପାଳ ବିସ୍ତୃତ ରିପୋର୍ଟ ମାଗିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ଏବଂ କଣ ତ୍ୱରିତ ପଦକ୍ଷେପ ନିଆଯାଇଛି ତାର ଜବାବ ତଲବ କରିଛନ୍ତି ।
ଘଟଣାକୁ ଗମ୍ଭୀରତାର ସହିତ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ଜଣାଇଛି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍.ଏମ୍. କଲେଜ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଛାତ୍ରୀ ଜଣକ ଅସଦାଚରଣ ଅଭିଯୋଗ ଆଣିଥିଲେ ।
ପୀଡ଼ିତା ଜଣକ ନ୍ୟାୟ ନ ପାଇବାରୁ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ପ୍ରନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31