Indus Valley Times

ଏମଏସଏମଇ ବିଭାଗର କମିଶନର ତଥା ସଚିବଙ୍କ SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା

 Breaking News

ଏମଏସଏମଇ ବିଭାଗର କମିଶନର ତଥା ସଚିବଙ୍କ SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା

ଏମଏସଏମଇ ବିଭାଗର କମିଶନର ତଥା ସଚିବଙ୍କ SIR-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା
July 22
10:40 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୨/ ୭ : ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, IAS ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି Special Intensive Revision (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ।
ପ୍ରଥମେ ସେ ଜିଲ୍ଲାର ସ୍ଵୀକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରି SIR କାର୍ଯ୍ୟକ୍ରମର ସ୍ଵଚ୍ଛ, ନିରପେକ୍ଷ ଓ ସଫଳ କାର୍ଯ୍ୟାନ୍ଵୟନ ସମ୍ପର୍କରେ ମତବିନିମୟ କରିଥିଲେ ।
ଏହାପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମସ୍ତ EROs, Deputy Collector ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଝଓଜ-୨୦୨୬ରେ ଅଗ୍ରଗତି, ନୋଟିସ୍ ଜେନେରେସନ୍, ଶୁଣାଣି ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ସେ ନୟାଗଡ଼ ପୌରାଞ୍ଚଳର କ୍ଷେତ୍ର ପରିଦର୍ଶନ କରି Booth Level Officers (BLOs)ଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ, ସମ୍ପୃକ୍ତ ଋଜଙ, ଇଋଜଙ ଉପସ୍ଥିତ ଥିଲେ।
କ୍ଷେତ୍ରସ୍ତରରେ କାର୍ଯ୍ୟର ଅଗ୍ରଗତି, ଈଖଙମାନଙ୍କ ଅଭିଜ୍ଞତା ଓ ସମସ୍ୟା ବିଷୟରେ ସେ ଅବଗତ ହୋଇ ନିର୍ଦ୍ଦିଷ୍ଟ ସମୟସୀମା
ମଧ୍ୟରେ ଝଓଜ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିବାକୁ ଆହ୍ୱାନ ଜଣାଇଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ SIR -୨୦୨୬ କାର୍ଯ୍ୟକ୍ରମକୁ ସ୍ବଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସୁଚାରୁ ଭାବେ ଚାଲିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031