Indus Valley Times

ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

 Breaking News

ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବ୍ୟବସାୟୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ
January 06
17:21 2024

ନିମାପଡ଼ା,୬/୧: ଧଳାଜହର ବିକି ଏକାଥରକେ ଲକ୍ଷପତି ହେବାର ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି।
ଏକ କିଲୋ ୮୦ ଗ୍ରାମ୍ ବ୍ରାଉନ୍ସୁଗାର ବିକିବା ପାଇଁ ଯୋଜନା କରୁଥିବା ଜଣେ ଅଭିଯୁକ୍ତ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ହାତରେ ଧରାପଡ଼ିଛି।
ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ଏସ୍ଟିଏଫ ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତର ନାମ ହେଲା ସୁଜିତ କୁମାର ମହାନ୍ତି।
ସୂଚନା ଅନୁସାରେ ବ୍ରାଉନସୁଗାର ବେପାରୀ ସୁଜିତ କୁମାର ମହାନ୍ତି ଆଜି ଅପରାହ୍ଣ ସମୟରେ ୧ କିଲୋ ୮୦ ଗ୍ରାମ୍ ବ୍ରାଉନ୍ସୁଗାର ଚାଲାଣ କରିବା ପାଇଁ ଯୋଜନା କରିଥିଲା। ଏଥି ପାଇଁ ସେ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା।
କିନ୍ତୁ ଏହା ପୂର୍ବରୁ ଏସ୍ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳି ସାରିଥିଲା। ପୁଲିସ ଟିମ୍ ବିଳମ୍ବ ନକରି ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ।
ପୁଲିସ ଟିମ୍କୁ ଦେଖି ସୁଜିତ ଖସିବାକୁ ଉଦ୍ୟମ କରି ଥିଲେ ବି ସେଠାରୁ ପଳାୟନ କରିପାରି ନଥିଲା। ଏସ୍ଟିଏଫ୍ ସୁଜିତ ଠାରୁ ୧ କିଲୋ ୮୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ କରିଛି। ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031