Indus Valley Times

ଏସସିବି ରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା

 Breaking News

ଏସସିବି ରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା

ଏସସିବି ରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା
July 17
13:52 2024

କଟକ, ୧୭/୭ : କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି।
ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦ ସମାଧାନ ହୋଇପାରି ନାହିଁ। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଫଳରେ ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋରରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।
ଅନ୍ୟପକ୍ଷରେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ କର୍ମଚାରୀ। ୩ ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ ନର୍ସିଂ କର୍ମଚାରୀ। ସମାଧାନ ନ ହେଲେ ୨୪ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘର ଏସ୍ସିବି ଶାଖା ସମ୍ପାଦିକା ସରୋଜିନୀ ଜେନା।
ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା। ପରେ ଉଭୟ ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଗତକାଲି ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ହାଉସ ସର୍ଜନ କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ।
ଅନ୍ୟପକ୍ଷରେ ନର୍ସିଂ କର୍ମଚାରୀଙ୍କୁ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର‌୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ।
ଜଣେ ହାଉସ ସର୍ଜନ କର୍ମଚାରୀ କହିଛନ୍ତି, ଏହି ଘଟଣା ସଂପର୍କରେ ଆମେ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ କରିଥିଲୁ। ସୁପରିଟେଣ୍ଡେଣ୍ଟ ମଧ୍ୟ କମିଟି ଗଠନ କରିଥିଲେ। ଏହା ଭିତରେ ୨ ଦିନ ବିତିଗଲା।
ଏହାଭିତରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅନ୍ୟପକ୍ଷରେ ଆମ ବିରୋଧରେ ବିଭିନ୍ନ ମିଛ ଅଭିଯୋଗ ଲଗାଗଲା। ଏଥିପାଇଁ ଆମେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ଆନ୍ଦୋଳନ ଯୋଗୁ ରୋଗୀ ସେବା ବ୍ୟାହତ ହୋଇ ନାହିଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031