Indus Valley Times

ଓଡ଼ଗାଁ ବ୍ଲକ୍ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ:ବିଭିନ୍ନ ସେବା ସମବାୟ ସମିତି ରେ ହୋଇଥିବା ଦୁର୍ନୀତି ରେ ଲିପ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ହିତାଧିକାରୀ ଙ୍କୁ ଟଙ୍କା ଫେରସ୍ତ ଦାବି

 Breaking News

ଓଡ଼ଗାଁ ବ୍ଲକ୍ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ:ବିଭିନ୍ନ ସେବା ସମବାୟ ସମିତି ରେ ହୋଇଥିବା ଦୁର୍ନୀତି ରେ ଲିପ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ହିତାଧିକାରୀ ଙ୍କୁ ଟଙ୍କା ଫେରସ୍ତ ଦାବି

ଓଡ଼ଗାଁ ବ୍ଲକ୍ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ:ବିଭିନ୍ନ ସେବା ସମବାୟ ସମିତି ରେ ହୋଇଥିବା ଦୁର୍ନୀତି ରେ ଲିପ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ହିତାଧିକାରୀ ଙ୍କୁ ଟଙ୍କା ଫେରସ୍ତ ଦାବି
December 12
18:46 2022

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼,୧୨/୧୨: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ର ବିଭିନ୍ନ ସେବା ସମବାୟ ସମିତି ରେ ହୋଇଥିବା ଦୁର୍ନୀତି କୁ ଲୋକଲୋଚନକୁ ଆଣିବା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ତା ୧୦/୧୨/୨୨ ରିଖ ଶନିବାର ଦିନ ଓଡ଼ଗାଁ ସିନେମା ହଲ ଛକ ସ୍ଥିତ ସଂଗ୍ରାମ ଲଜ ଠାରେ ଓଡ଼ଗାଁ ବ୍ଲକ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ଯେଉଁଥିରେ କି ବିଭିନ୍ନ ଡିଜିଟାଲ ଓ ପ୍ରିଣ୍ଟ ଗଣମାଧ୍ୟମ ର ପର୍ତିନିଧି ମାନେ ଯୋଗଦେଇଥିଲେ।
ସାମ୍ବାଦିକ ସମ୍ମିଳନୀ ରେ ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଂଜନ ଦାସ ଓ ଓଡ଼ଗାଁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଷୋୟୀ ଙ୍କ ସହ ଓଡ଼ଗାଁ ବ୍ଲକ କଂଗ୍ରେସ ଦଳ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ବରିଷ୍ଠ କର୍ମୀ ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ, ଓଡ଼ଗାଁ ବ୍ଲକ୍ ର ବିଭିନ୍ନ ସେବା ସମବାୟ ସମିତି ମାନଙ୍କରେ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ବନ୍ଧୀୟ ଲିଖିତ ସୂଚନା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେବା ସହ, ସେ ସମସ୍ତ ତଥ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନା କରିଛନ୍ତି।ଦିଲୀପ କୁମାର ବିଷୋୟୀ
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ଓଡ଼ଗାଁ ବ୍ଲକ୍ ର ବିଭିନ୍ନ ସେବା ସମବାୟ ସମିତି ମାନଙ୍କରେ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ବନ୍ଧୀୟ ଲିଖିତ ତଥ୍ୟ ଗଣମାଧ୍ୟମ ପତିନିଧି ଙ୍କୁ ପ୍ରଦାନ କରିବା ସହ, ସେ ସମସ୍ତ ତଥ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନା କରିଛନ୍ତି।

୧) ଦୀର୍ଘ ୫ ବର୍ଷ ତଳେ କୁରାଳ ସେବା ସମବାୟ ସମିତି ର ୬୦୦ ରୁ ଉର୍ଦ୍ଧ ଜମାକାରୀଙ୍କ
୬ କୋଟିରୁ ଉର୍ଦ୍ଧ୍ବ ଜମାଟଙ୍କା ହେରଫେର ଦୁର୍ନୀତି କୁନେଇ ସାରା ଓଡ଼ିଶା ରେ
ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମ ମାନଙ୍କରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା।

ଏହି ଅଭିଯୋଗ ର ତଦନ୍ତ କରି ଭିଜିଲାନ୍ସ ଟିମ ଉକ୍ତ ସମିତିର ସମ୍ପାଦକ କାଳୁ ଚରଣ ରାଉତ ଙ୍କୁ ଗିରଫ କରିବା ସହ ପଦବୀରୁ ନିଲମ୍ବନ କରିଥିଲେ।

ଏହି ଘଟଣା ଲୁଚି ଯାଇଥିବା ବେଳେ କୁରାଳ ଗ୍ରାମର ଜନୈକ ଚାଷୀ ଙ୍କୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ରେ ୨୦୧୬-୧୭ ମସିହା ର ଏକ ଅଡିଟ ରିପୋର୍ଟ ସାମନାକୁ ଆସିଛି ।
ଯେଉଁଥିରେ କି ଅର୍ଥ ହେରଫେର ଅଭିଯୋଗରେ ତତ୍କାଳୀନ ସମ୍ପାଦକ କାଳୀଚରଣ ରାଉତ ଓ କୋଷାଧ୍ୟକ୍ଷ ତ୍ରିନାଥ ଦାସ ଙ୍କୁ ସମପରିମାଣରେ ଦାୟୀ
କରା ଯାଇ, ଉଭୟ ଙ୍କୁ ୩ଲକ୍ଷ୧୬ହଜାର୭୩୧ ଟଙ୍କା ଲେଖାଏଁ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ହେଲେ ଆଜସୁଦ୍ଧା ଉଭୟ ଟଙ୍କା ଫେରସ୍ତ କରିନାହାନ୍ତି।
ଯେହେତୁ କୋଷାଧ୍ୟକ୍ଷ ତ୍ରିନାଥ ଦାସ ସମିତି ଅର୍ଥ ହେରଫେର ରେ ସମପରିମାଣରେ ଦାୟୀ ତେବେ ତାଙ୍କୁ ଗିରଫ କରାଗଲା ନାହିଁ କାହିଁକି?
ବୋଲି ବ୍ଲକ ଛାତ୍ର କଂଗ୍ରେସ ସଭାପତି ପ୍ରଶ୍ନ ଉଠାଇଛନ୍ତି।

ଆଉମଧ୍ୟ କୋଷାଧ୍ୟକ୍ଷ ତ୍ରିନାଥ ଦାସ ଶାସକ ଦଳ ବିଜେଡ଼ି ର ଜଣେ ପ୍ରଭାବଶାଳୀ ନେତା ଓଡ଼ଗାଁ ବ୍ଲକ୍ ଅଧକ୍ଷ ଲୋକନାଥ ସାହୁ ଅତି ନିକଟସମ୍ପର୍କୀୟ ହୋଇଥିବାରୁ ଲୋକଙ୍କ ଟଙ୍କା ହେରଫେର କରି ମଧ୍ୟ ଆଜି ପର‌୍ୟ୍ୟନ୍ତ ଶାସକ ଦଳର ଛାତ୍ର ଛାୟା ତଳେରହି ସୁରକ୍ଷା ପାଇ ଆସୁଥିବା ଅଭିଯୋଗ କରିଛନ୍ତି।ବ୍ଲକ୍ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଷୋୟୀ।

୨) ସେହିପରି କୋମଣ୍ଡ ପାକ୍ସ ର ସମ୍ପାଦକ ଲିଙ୍ଗରାଜ ସାହୁ ଙ୍କ ବିରୁଦ୍ଧରେ ଫତେଗଡ଼ ଥାନା ରେ କେସ ନଂ ୯୭/୨୦୧୬ ଓ ଖଣ୍ଡପଡ଼ା ଜେ.ଏମ୍. ଏଫ୍.ସି ଙ୍କ କୋର୍ଟରେ ୨୦୪/୨୦୧୬ ରେ ଅର୍ଥ ହେରଫେର ଓ ଅପରାଧିକ ମାମଲା ଅଛି।
ତାଙ୍କ ନାମରେ ୱାରେଣ୍ଟ ବୁଳୁଥିବାବେଳେ ସେ ବିନା ଅନୁମତିରେ ଦୀର୍ଘ ୧୧ ମାସ ଧରି କାର‌୍ୟ୍ୟକରୁଥିବା ଅର୍ବାନ କୋ- ଅପରେଟିଭ ମର୍ଚାଣ୍ଟାଇଲ ଫାଇନାନ୍ସ ଅଫିସକୁ ନଆସି ,
ପରେ ଆସି ୧୧ ମାସର ସମସ୍ତ ଦରମା ଉଠାଇ ନେଇଛନ୍ତି ।
ଦୀର୍ଘ ୧୧ମାସ ଧରି ଅଫିସକୁ ନଆସି ମଧ୍ୟ ଦରମା ନେଲେ କିପରି ?
ଆଉ ମଧ୍ୟ ଅପରାଧିକ ମାମଲା ରେ ସଂପୃକ୍ତ ଥିବା ଲିଙ୍ଗରାଜ ସାହୁ ଙ୍କୁ ସମ୍ପାଦକ ପଦବୀରେ ରଖାଯାଇଛି କିପରି?

ଲିଙ୍ଗରାଜ ସାହୁ ଙ୍କୁ ଶୀଘ୍ର ଚାକିରିରୁ ନିଲମ୍ବନ ପାଇଁ ଦାବି କରିଛନ୍ତି ବ୍ଲକ୍ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ।

୩) ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଆକାଉଣ୍ଟ ସେକ୍ସନ ରେ କାର୍ଯ୍ୟରତ ପ୍ରଫୁଲ୍ଲ ସାହୁ ୨୦୧୩ ମସିହାରେ ନୟାଗଡ଼ ଆଇ.ଆଇ. ସି ବ୍ୟାଙ୍କରୁ ୨୫ଲକ୍ଷ ଟଙ୍କା ଉଠାଣ କରି ସେଥିରୁ ୧ଲକ୍ଷ ଟଙ୍କା ନିଜ ପାଖରେ ରଖିଦେଇଥିବା ନେଇ ତତ୍କାଳୀନ କେନ୍ଦ୍ର ବ୍ୟାଙ୍କ୍ ସମ୍ପାଦକ ବ୍ୟାଙ୍କ ଚିଠି ନଂ ୫୮୯୦ ରେ କାରଣ ଦର୍ଶାଅ ନୋଟିସ୍ କରିଥିଲେ ହେଲେ ସେ ଶାସକଦଳର ହୋଇଥିବାରୁ କାର‌୍ୟ୍ୟାନୁଷ୍ଠାନ ରୁ ବର୍ତ୍ତି ଯାଇଥିବା ବେଳ, ନୋତର ସେବାସମବାୟ ସମିତି ର ଋଣ ଜାଲିଆତି ଘଟଣାର ତଦନ୍ତ ପାଇଁ ଗଠନ କରାଯାଇଥିବା ଅଡିଟ ଟିମ ରେ ପ୍ରଫୁଲ୍ଲ କୁମାର ସାହୁ ଙ୍କୁ ବରିଷ୍ଠ ତା ଭିତରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ
କେ. ସି. ଜାଲି ଦାୟିତ୍ଵ ଦେଇଥିବାରୁ , ଏହାର ବିରୋଧ କରିବା ସହ, ନୋତର ସୋସାଇଟି ଋଣ ଜାଲିଆତି ତଦନ୍ତ ଟିମରୁ ତାଙ୍କୁ ହଟାଯାଇ କାର‌୍ୟ୍ୟରୁ ନିଲମ୍ବନ ଦାବି କରାଯାଇଥିବା ବେଳେ, ଯଦି କୁରାଳ ସେବା ସମବାୟ ସମିତି ର ଦୁର୍ନୀତିରେ ସଂପୃକ୍ତ କୋଷାଧ୍ୟକ୍ଷ ତ୍ରିନାଥ ଦାସ ଙ୍କୁ ହୋଇଥିବା ନୋଟିସ ଅନୁସାରେ ୭ ଦିନ ଭିତରେ ଟଙ୍କା ଫେରସ୍ତ ନ କରନ୍ତି ଓ ତାଙ୍କ ବିରୁଦ୍ଧରେ କୋୖଣସି କାର‌୍ୟ୍ୟାନୁଷ୍ଠାନ ନ ନିଆଯାଏ , ତେବେ ଛାତ୍ର କଂଗ୍ରେସ ଏବଂ ପୀଡ଼ିତ ହିତାଧିାରୀମାନେ ମିଳିତ ଭାବରେ ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରେ ଧାରଣାରେ ବସିବା ନେଇ, ଓଡ଼ଗାଁ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଷୋୟୀ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031