Indus Valley Times

ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

 Breaking News

ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
April 09
16:41 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୯/୪ : ଆଜି ପୂର୍ବାହ୍ନ୍ନରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳରେ ଜିଲାସଂସ୍କୃତି ବିଭାଗ ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ପାଳନର ଆଜି ଅଷ୍ଟମ ଦିବସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟାକ୍ଷା ବିଦୁଶ୍ରୀ ମିଶ୍ର ଶିବିରକୁ ଉଦଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି, ପ୍ରାଧ୍ୟାପକ ପ୍ରିୟବ୍ରତ ମହାନ୍ତି, ପ୍ରାଧ୍ୟାପକ ପୁର୍ଣ ଚନ୍ଦ୍ର ବୈଶାଖ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଖୋର୍ଦ୍ଧା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଶ୍ରୀକାନ୍ତ କୁମାର ସାମାନ୍ତାସିଂହାର, ଝୁନୁଲତା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ ଉପସ୍ଥିତ ରହି ରକ୍ତଦାନରେ ସହଯୋଗ ପ୍ରଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ସ୍ଵେଛାସେବୀ ମାନେ ରକ୍ତଦାନ କରିଥିଲେ। ପ୍ରାଧ୍ୟାପକ ଗଦାଧର ସାହୁ, ଅଧ୍ୟାପକ ସୁବୋଧ କୁମାର ଜଗଦେବ, ଅଧ୍ୟାପିକା ଅଲିଭା ବେହୁରା ଶିବିର ପରିଚାଲନା କରୀଥିଲେ ।
ରକ୍ତଦାନ ଶିବିରଟି ସକାଳ ୯ ଘଟିକାରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମଧ୍ୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ରକ୍ତ ଦାନ ଶିବିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31