Indus Valley Times

ଓଡ଼ିଶାର ଗର୍ବ ଏବଂ ଗୌରବ ଶିଶୁ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାଶ

 Breaking News

ଓଡ଼ିଶାର ଗର୍ବ ଏବଂ ଗୌରବ ଶିଶୁ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାଶ

ଓଡ଼ିଶାର ଗର୍ବ ଏବଂ ଗୌରବ ଶିଶୁ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାଶ
November 08
11:23 2022

ଶ୍ରୀକାନ୍ତ ରାଉତଙ୍କ ରିପୋର୍ଟ
ଭୁବନେଶ୍ୱର,୮/୧୧: ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର ବିଜ୍ଞାନ ସଂସ୍ଥାନ (ଇଓଓଗଝ) ର ଶିଶୁ ବିଭାଗ ର ଜଣେ ସୁନାମ ଧନ୍ୟ ଡାକ୍ତର ହେଉଛନ୍ତି ଆସୋସିଏଟ ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାଶ । ଶିଶୁ ବିଭାଗ ରେ ରୋଗୀ ମାନଙ୍କ ସେବା କରିବାରେ କେବେ ସେ ମନକୁ ଉଣା କରିନାହାନ୍ତି । ସାରା ଓଡିଶା ରେ ଏକ ପରିଚିତ ନାଁ ଡାକ୍ତର ରଶ୍ମି ରଞ୍ଜନ ଦାଶ ।
ଭୁନେଶ୍ୱର ଇଓଓଗଝ ଡାକ୍ତରଖାନା ରେ ଆଲୋକ ବର୍ତ୍ତିକା ସାଜିଥିବା ଡାକ୍ତର ରଶ୍ମିରଂଜନ ଦାଶ ଶିଶୁ ମାନଙ୍କ ଙ୍କ ପାଇଁ ଦେବଦୁତ ପାଲଟିଛନ୍ତି ଓ ନିଜର ବ୍ରତ ଭଳି ଶିଶୁ ବିଭାଗ ରୋଗୀଙ୍କ ସେବା କରିଆସିଛନ୍ତି ଯାହାକି ଶିଶୁ ରୋଗୀ ଏକ ନୂଆ ଜୀବନ ପାଇଲା ଭଳି ଅନୁଭବ କରିଥାନ୍ତି କ୍ଷ
ଭୁବନେଶ୍ୱର ର ଇଓଓଗଝ ହସ୍ପିଟାଲ ର ଶିଶୁ ବିଭାଗ ର ଡାକ୍ତର ରଶ୍ମି ରଞ୍ଜନ ଦାଶ ବାସ୍ତବ ରେ ଶିଶୁ ରୋଗୀଙ୍କୁ ଦେଖାସୁନା କରିବା, ରୋଗୀଙ୍କ ସହ କିଛି ସମୟ ବିତାଇବାକୁ ପ୍ରାଥମିକତା ଦିଅନ୍ତି ଏକ ସାକ୍ଷାତ କାରରେ ଆମ ପ୍ରତିନିଧି ଶ୍ରୀକାନ୍ତ କୁମାର ରାଉତ ଙ୍କ ଆଗରେ ପ୍ରକାଶ କରିଛନ୍ତି । ବହୁ ବର୍ଷ ଧରି ରୋଗୀ ସେବାରେ ବ୍ରତୀ ଥିବକ୍ଷ ଡାକ୍ତର ରଶ୍ମି ସାଧାସିଧା ଜଣା ପଡୁଥିଲେ ହେ ତାଙ୍କର କାର୍ଯ୍ୟଶୈଳୀ ଓ କାର୍ଯ୍ୟ ଦକ୍ଷତା କୁ ନେଇ ସେ ସବୁ ମହଲରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି ।
ଶିଶୁ ରୋଗୀ ଙ୍କୁ ଅତି ସହଜରେ ବୁଝାଇ ସୁଝାଇ ସେମାନଂକୁ ସ୍ନେହ ଓ ଆଦର ଦେଇ ରୋଗର ଚିକତ୍ସା କରିବା ଡାକ୍ତର ରଶ୍ମି ବେଶ ଭଲ ଭାବେ ଜାଣନ୍ତି । ଶିଶୁ ଟିର ପିତା ମାତା ଙ୍କୁ ଅତି ଭଲ ଭାବରେ ବୁଝାଇ ଶିଶୁ ଟିର ଯତ୍ନ ନେବା ପାଇଁ କୁହନ୍ତି । ଶିଶୁ ମାନେ ବିଶେଷତ ଡାକ୍ତର ବା ଡାକ୍ତର ଖାନା କୁ ଦେଖିଲେ ଇଞ୍ଜେକ୍ସନ କଥା ମନେପକାଇ କାନ୍ଦି ଥାନ୍ତି ।
ଏ ସବୁ କ୍ଷେତ୍ରରେ ଡାକ୍ତର ରଶ୍ମି ବେଶ ଭଲ ଭାବରେ ଶିଶୁ ରୋଗୀ ଟିକୁ ବୁଝାଇ ରୋଗଟିର ଉପଚାର କରିଥାନ୍ତି । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରୋଗୀ ସେବାକୁ ପ୍ରାଥମିକତା ଦେବା କ୍ଷେତ୍ରରେ ଏକ ବିରଳ ଓଡ଼ିଆ ଡାକ୍ତର ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ କେବଳ ଭୁବନେଶ୍ୱର ନୁହେଁ ଭୁବନେଶ୍ୱର ବାହାରେ ମଧ୍ୟ ତାଙ୍କର ବେଶ ଖ୍ୟାତି ରହିଛି ।
ମାତୃଭୂମି ଓଡ଼ିଶାରେ ରହିବା ଓ ଓଡିଶା ବାସୀଙ୍କର ସେବା କରିବାରେ ଅଧିକ ଆନନ୍ଦ ଲାଭ କରନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି କ୍ଷ ଖାସ ସେଥିପାଇଁ ସେ ଓଡିଶା ରେ ରହିବାକୁ ମନସ୍ଥ କରିଛନ୍ତି । ନିଷ୍ଠାପର ଭାବେ ରୋଗୀ ସେବା ଯୋଗୁଁ ସେ ବହୁ ଅନୁଷ୍ଠାନ ଓ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ଦ୍ୱାରା ବେଶ ଉଚ୍ଚ ପ୍ରସଂଶିତ ହୋଇ ପାରିଛନ୍ତି । ବହୁ ଶିଶୁ ରୋଗୀ ଏଠୁ ଭଲ ହୋଇ ଫେରନ୍ତି ବୋଲି ବେଶ ଚର୍ଚ୍ଚା ହୁଏ । କେବଳ ଡାକ୍ତରୀ ବିଦ୍ୟାନୁହେଁ ଜଣେ ଉଦାରମନକ୍ଷ, ସରଳ ଓ ନିଷ୍କପଟ ବ୍ୟକ୍ତି ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ ଙ୍କ ସମ୍ପର୍କରେ ଯେତେ ପ୍ରଶଂସା କଲେ ବି ତାହା କମ ହେବ ଏହା ନିସନ୍ଦେହ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30