Indus Valley Times

ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର ‘ନାକ୍’ ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି

 Breaking News

ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର ‘ନାକ୍’ ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି

ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର ‘ନାକ୍’ ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି
November 05
18:35 2026

ଭୁବନେଶ୍ୱର, ୫/୧୧ : ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଵିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍.ଏସ୍. ଲ’ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ‘ନାକ୍’ ମାନ୍ୟତା ନବୀକରଣ ହୋଇ ନଥିବାରୁ ଏହାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ନବୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦେବେ। ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ, ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ୧୪ଶହରୁ ଅଧିକ ପ୍ରାଧ୍ୟାପକ, ସହ-ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷାତକାର ପ୍ରକ୍ରିୟା ଜାରି ରହିଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30