Indus Valley Times

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼

 Breaking News

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼
September 26
21:49 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୬/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ ଦିନ ଧରି ଉତ୍ସବ ମୁଖର ହୋଇଥିଲା ଜଟଣୀ ସହର।
ଆଜି ଭକ୍ତ ଅଶ୍ରୁଳ ନୟନରେ ପ୍ରଭୁ ଗଜାନନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିପାଇଁ ପୂଜା ମଣ୍ଡପ ଏବଂ କମିଶନରେଟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପୂଜା ମଣ୍ଡପ ଗୁଡ଼ିକର ସମସ୍ତ ମେଢ଼ ସ୍ଥାନୀୟ ସୀତାରାମ ଛକ ମେଳଣ ସ୍ଥଳରେ ଠାରେ ପହଞ୍ଚିବା ପରେ ଭସାଣି କମିଟି ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ଆମନ୍ତ୍ରିତ ପୂଜାମଣ୍ଡପର ବିଗ୍ରହଙ୍କୁ ଧୂପ ଦୀପ, ଫୁଲମାଳ ,ଲଡୁ ପ୍ରଦାନକରି ବିଭିନ୍ନ ରଙ୍ଗ ବେରଙ୍ଗର ଫଗୁ ଛିଞ୍ଚନ କରିଥିଲେ।
ପରମ୍ପରା ଅନୁଯାୟୀ ଅଧ୍ୟକ୍ଷ ଶୁକ୍ରବାର ବିଭିନ୍ନ ପୂଜା ମଣ୍ଡପ ବୁଲି ଗୁଆ, ନଡ଼ିଆ ,ଭୋଗହାଣ୍ଡି ଅର୍ପଣ କରି ନିମନ୍ତ୍ରଣ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପରେ ବିସର୍ଜନ ଶୋଭାଯାତ୍ରା ବାଜା ବାଣ,ରୋଷଣୀରେ ଆରମ୍ଭ ହୋଇଥିଲା।
ଆଗପଛ ହୋଇ ଧାଡ଼ିରେ ମୁଖ୍ୟ ରାସ୍ତା ଦେଇ ମେଢ଼ ଗୁଡ଼ିକ ଅସ୍ଥାୟୀ ବିସର୍ଜନ ସ୍ଥଳକୁ ଶୋଭାଯାତ୍ରାରେ ବାହାରିଥିଲେ। ୪୦ ରୁ ଉର୍ଦ୍ଧ୍ବ ମେଢ଼ରେ ପ୍ରଭୁ ଗଜାନନ ଗଣେଷ, ମାତା ଲକ୍ଷ୍ମୀ, ଦେବୀ ସରସ୍ୱତୀଙ୍କ ମୃଣାୟ ମୂର୍ତ୍ତି ବାଜା,ରୋଷଣୀ,ଘଣ୍ଟ ଘଣ୍ଟା, ନୃତ୍ୟ ଗୀତ,ହରିବୋଲ ହୁଳହୁଳି, ଆଲଟଚାମର ଭେରୀ,ତୁରୀ ମହୁରୀ ସମେତ ପାରମ୍ପରିକ ବାଦ୍ୟଯନ୍ତ୍ରର ଶୋଭାଯାତ୍ରାରେ ସହର ଦୁଲୁକି ଉଠିଥିଲା।
ଭସାଣି ଉତ୍ସବରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ନଗରପାଳ ଅନନ୍ତ ବେହେରା, ପୂର୍ବତନ ବିଧାୟକ ସୁରେଶ ରାଉତରାୟ,ବିଜେପି ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ସୁଦୀପ୍ତ ରାୟଙ୍କ ସମେତ ବିଭିନ୍ନ ଦଳର କର୍ମକର୍ତ୍ତା ଛକ ମାନଙ୍କରେ ଭସାଣି ଉତ୍ସବରେ ସାମିଲ ହୋଇ ଗଜାନନଙ୍କୁ ବିଦାୟ ଦେଇଥିଲେ।
ସ୍ଥାନୀୟ ମାରୱାଡି ଯୁବମଞ୍ଚ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା।
ଶୃଙ୍ଖଳିତ ଭସାଣି ପାଇଁ କମିଶନରେଟ ପୁଲିସ ପକ୍ଷରୁ ୨ ଜଣ ଅତିରିକ୍ତ ଡିସିପି,୩ ଜଣ ଏସିପି, ୧୧ ଜଣ ଇନ୍ସପେକ୍ଟରଙ୍କ ସମେତ ଏସ ଆଇ,ଏଏସଆଇ ୪୨ ଜଣ ଅଧିକାରୀ ଏବଂ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ନେଇ ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ ସୂଚନା ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930