Indus Valley Times

ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ

 Breaking News

ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ

December 28
20:00 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୧୨ : ଓପିଏସସି (OPSC) ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଏହି ସଫଳତା ପାଇଁ ସେ ତାଙ୍କ ମା\’ ଓ ବାପା ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।
ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ସେ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ, ପରେ ଖଲ୍ଲିକୋଟ ଜୁନିୟର କଲେଜରେ ସଫଳତାର ଉତ୍ତୀର୍ଣ୍ଣ ହୋଇ ପାଇଛି। କଲେଜ ଅଫ୍ ଭେଟେରିନାରି ସାଇନ୍ସ ଏଣ୍ଡ ଆନିମାଲ୍ ହଜବ୍ୟାଣ୍ଡ୍ରିରେ OUAT, ଭୁବନେଶ୍ବରରେ ଅଧ୍ୟୟନ କରି ଡ଼ିଗ୍ରୀ ହାସଲ କରିଥିଲେ।
ଓପି ଏସ ସି ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ ୧୬ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଈ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଭାବେ ସରକାରଙ୍କ ଦ୍ବାରା ଦାୟିତ୍ବ ତୁଲାଇବେ।
ପ୍ରକାଶ ଯେ, ମାନସଙ୍କ ବାପା ଟୁଟୁ ବେହେରଦଳାଇ ପୋଲଟ୍ରି ପ୍ରସାରଣ ପରିଚାଳକ, CDVO କାର୍ଯ୍ୟାଳୟ ବ୍ରହ୍ମପୁରରେ କାର୍ଯ୍ୟରତ ରହିଥ‌ିବା ବେଳେ ମା ଗୃହଣୀ। ତାଙ୍କର ଏହି ସଫଳତା ପାଇଁ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଓ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁ ଥିବା ଜଣାପଡ଼ିଛି ।
ଦାରିଙ୍ଗବାଡି ଶୀତ ମହୋତ୍ସବ-୨୦୨୬ ପୋଷ୍ଟର ଉନ୍ମୋଚନ
ବାଲିଗୁଡା, ୨୮/୧୨: ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ମହୋତ୍ସବ ଜାନୁୟାରୀ ୮ ତାରିଖ ଠାରୁ ୧୧ ତାରିଖ ୪ ଦିନ ଧରି ଦାରିଙ୍ଗବାଡି ର ମିନି ଷ୍ଟାଡିଅମ ପରିସରରେ ଆୟୋଜନ ହେବ, ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଯାଇଛି ।
ସମଗ୍ର ବ୍ଲକ ଅଞ୍ଚଳରେ ଉତ୍ସବମୁଖର ହେବା ସହ ଉତ୍କଣ୍ଠା ଓ ଉତ୍ସାହରେ ଅପେକ୍ଷା କରିଛନ୍ତି। ଏ ନେଇ ରବିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୀତ ମହୋତ୍ସବ ପୋଷ୍ଟରର ଉନ୍ମୋଚନ ହୋଇଯାଇଛି।
ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।
ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ଞ୍ଜନ ରଥ, ବ୍ଲକ ମଙ୍ଗଳ ସ‌ ସମ୍ପ୍ରସାରଣ ଅଧିକାରୀ ବିଶ୍ବଜିତ ଜାଲି, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ପୂର୍ବତନ ଜିଲା ସମ୍ପାଦକ ତଥା ଆଇନଜୀବୀ ହରେନ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଏହି ଉନ୍ମୋଚନ ରେ ଯୋଗ ଦେଇଥିଲେ।
ପୋଷ୍ଟର ଉନ୍ମୋଚନ ପରେ ଶୀତ ମହୋତ୍ସବ ର ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତି ଗାଁ ଗାଁ କୁ ପୋଷ୍ଟର ପଠାଯାଇଥିବା ବିଷୟ ବିଡ଼ିଓ ଶ୍ରୀ ରଥ ପ୍ରକାଶ କରିଛନ୍ତି।
ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା
ବାଲିଗୁଡା, ୨୮/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ (୫୦) ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସନ୍ତୋଷ ଗତ କିଛିଦିନ ପୁର୍ବରୁ ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତି ଧୂରେଧୂରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖା ଦେବାରୁ ଶନିବାର ଅପରାହ୍ନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।
ସେଠାରେ ତାଙ୍କ ଶ୍ବାସକ୍ରିୟା ସମସ୍ୟା ଗୁରୁତର ସୃଷ୍ଟି ହେବାରୁ ଅଧୂକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କୁ ପରିବାର ଲୋକେ ବ୍ରହ୍ମପୁର ମେଡିକାଲ ନେବାବେଳେ ସେ ସୋରଡ଼ା ନିକଟରେ ଆହୁରି ଗୁରୁତର ହୋଇପଡ଼ିଥିଲେ। ପରେ ସୋରଡ଼ା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ରବିବାର ସକାଳୁ ଏହି ଘଟଣା ପ୍ରକାଶ ହେବା ପରେ ସନ୍ତୋଷଙ୍କ ଗ୍ରାମ ସୁଲୁମାହାରେ ଆତ୍ମୀୟ ସ୍ବଜନ ସହିତ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜନନେତା ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ପାଇଁ ଲୋକ ଭିଡ଼ ଜମାଇଥିଲେ। ସନ୍ତୋଷ ଓରଫ ବାବୁଲା ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଦାରିଙ୍ଗବାଡ଼ି ଶାଖାର ଉପସଭାପତି ଭାବେ ଦାୟିତ୍ବ ତୁଲାଇବା ସହ ସେ ପୁର୍ବରୁ ବିଭିନ୍ନ ରାଜନୈତିକ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ।
ଏବେ ସେ କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ଦଳ ସହିତ ଅଞ୍ଚଳର ଅପୂରଣୀୟ କ୍ଷତି ହୋଇଥ‌ିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ସନ୍ତୋଷଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ସମେତ ତାଙ୍କର ୨ ଝିଅ ଓ ୨ ପୁଅ ରହିଛନ୍ତି। ଏଥିସହ ଭଉଣୀ ଓ ମା\’ ସନ୍ତୋଷଙ୍କ ଉପରେ ନିର୍ଭର କରୁଥିଲେ। ତାଙ୍କ ଦେହାନ୍ତପରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି।
ନିଶାସକ୍ତ ଜ୍ୱାଇଁ ର ଉନ୍ମତ କାଣ୍ଡ : ଜ୍ବାଇଁର ଟାଙ୍ଗିଆ ଛୋଟ ରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ
ବାଲିଗୁଡ଼ା, ୨୮/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା ସିର୍ତ୍ତିଗୁଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ନିଶାସକ୍ତ ଜ୍ବାଇଁ ଉନ୍ମୁକ୍ତ କାଣ୍ଡ ଘଟାଇଛି। ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ବୃଦ୍ଧା ଶାଶୁଙ୍କୁ ଲହୁଲୁହାଣ କରିବା ଫଳରେ ବୃଦ୍ଧା ଶାଶୁର ମୃତ୍ୟୁ ଘଟିଛି ।
ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।
କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି କ୍ଷ ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରାମର ପେଟି ମଳିକଙ୍କ ଜ୍ବାଇଁ ସୁରତ ପ୍ରଧାନ ସବୁବେଳେ ନିଶାସକ୍ତ ହୋଇ ପରିବାରରେ ଝଗଡ଼ା କରେ । ଶନିବାର ସକାଳେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ।
ସ୍ତ୍ରୀ ସହ ବଚଶାରୁ ସୁରତ ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ଏକ ଟାଙ୍ଗିଆରେ ଆକ୍ରମଣ କରିବା ବେଳେ ସୁରତଙ୍କ ବୃଦ୍ଧା ଶାଶୁ ପେଟି ମଳିକ ଛଡ଼ାଇବାକୁ ଯାଇଥିବା ବେଳେ ସୁରତ ବୃଦ୍ଧା ଶାଶୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।
ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ ।
ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ନେଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ ।
ସେପଟେ ଆକ୍ରମଣ କାରୀ ଘଟଣାସ୍ଥଳରୁ ଫେରାର ସୋଇଯାଇଥିବା ବେଳେ ପରିବାର ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31