Indus Valley Times

କଂଗ୍ରେସ ସାଂସଦଙ୍କ ବିଭିନ୍ନ ସ୍ଥାନରୁ ମିଳିଲା ୨୦୦ କୋଟିରୁ ଅଧିକ ନଗଦ ଟଙ୍କା, ଏକ୍ସରେ ପୋଷ୍ଟ କରି ଘେରିଲେ ପ୍ରଧାନମନ୍ତ୍ରୀ

 Breaking News

କଂଗ୍ରେସ ସାଂସଦଙ୍କ ବିଭିନ୍ନ ସ୍ଥାନରୁ ମିଳିଲା ୨୦୦ କୋଟିରୁ ଅଧିକ ନଗଦ ଟଙ୍କା, ଏକ୍ସରେ ପୋଷ୍ଟ କରି ଘେରିଲେ ପ୍ରଧାନମନ୍ତ୍ରୀ

December 08
18:52 2023

ଝାରଖଣ୍ଡ,୮/୧୨ : ଝାରଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ ଠିକଣାରେ ଆୟକର ରେଡ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ୍ କହି ଶହଶହ କୋଟି ଟଙ୍କା ଜବତ କରି ସାରିଲାଣି। ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ ଓ ଅନ୍ୟାନ୍ୟ କମ୍ପାନୀ ଉପରେ ଆୟକର ଚଢ଼ଉରୁ ଆଖି ଖୋସି ହୋଇଯିବା ଭଳି ନଗଦ ଟଙ୍କା ମିଳିଛି।
ବଲାଙ୍ଗିରର ସୁଦପଡ଼ା ଦେଶୀ ମଦ ଭାଟିରୁ ବୁଧବାର ପ୍ରାୟ ନଗଦ ୨୦୦କୋଟି ଟଙ୍କା ଆୟକର ବିଭାଗ ଜବତ କରିଥିଲା। ସେହିପରି ଗୁରୁବାର ଆଉ ୫୦ରୁ ୬୦କୋଟି ଟଙ୍କା ଜବତ ହୋଇଛି। ତେବେ ଓଡ଼ିଶାରେ ଗ୍ରେନ୍ ବେସଡ୍ (ଶସ୍ୟ ଆଧାରିତ) ମଦ ପ୍ରସ୍ତୁତ କରୁଥିବା ଏକମାତ୍ର କମ୍ପାନୀ ବୌଦ୍ଧ ଡିଷ୍ଟିଲେରୀ କିଭଳି ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା ଠୁଳ କରିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି।
ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗୋଟିଏ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ୨୦୦ କୋଟି ଟଙ୍କା ଜବତ ନ୍ୟୁଜକୁ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିସହ ଜନତାଙ୍କ ଠାରୁ ଯାହା ବି ଲୁଟ ହୋଇଛି, ତା’ର କଡ଼ା ଗଣ୍ଡା ଆଦାୟ ହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ଦେଶବାସୀ ନୋଟର ବିଡ଼ାକୁ ଦେଖନ୍ତୁ ଓ ଏହାପରେ ତାଙ୍କ ନେତମାନଙ୍କ ’ସଚ୍ଚୋଟ ପଣିଆ’ର ଭାଷଣ ଶୁଣନ୍ତୁ। ଜନତାଙ୍କ ଠାରୁ ଯାହା ଲୁଟା ଯାଇଛି, ତାକୁ କଡ଼ା ଗଣ୍ଡା ଫେରାଇବାକୁ ପଡ଼ିବ। ଏହା ମୋଦିଙ୍କର ଗ୍ୟାରେଣ୍ଟୀ।”
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହାୱାଲା କାରବାର ନିମନ୍ତେ ଶହଶହ କଳାଟଙ୍କା ଠୁଳ କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଝାରଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ କମ୍ପାନୀ ସମେତ ଅନ୍ୟ କମ୍ପାନୀଗୁଡ଼ିକ ଉପରେ କ୍ରମାଗତ ତୃତୀୟ ଦିନ ଆୟକର ଚଢ଼ଉ ଜାରି ରହିଛି।
ଆୟକର ଟିମ୍ ଓଡ଼ିଶାର ପ୍ରାୟ ୨୦ଟି ସ୍ଥାନ ସମେତ କୋଲକାତା ଓ ଝାରଖଣ୍ଡର ୨ଟି ଲେଖାଏ ସ୍ଥାନରେ ରେଡ କରୁଛନ୍ତି। ବୌଦ୍ଧ ଡିଷ୍ଟିଲେରୀର ସୁଦପଡ଼ା ଦେଶୀ ମଦ ଭାଟିରେ ଥିବା ଦୁଇଟି ଆଲମାରୀରୁ ନଗଦ ୨୦୦କୋଟି ଟଙ୍କା ମିଳିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031