Indus Valley Times

କଙ୍ଗନାଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’ରେନେଇ ବିବାଦ, ରିଲିଜ ପୂର୍ବରୁ ଦେଖିବ କହିଲା କଂଗ୍ରେସ

 Breaking News

କଙ୍ଗନାଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’ରେନେଇ ବିବାଦ, ରିଲିଜ ପୂର୍ବରୁ ଦେଖିବ କହିଲା କଂଗ୍ରେସ

କଙ୍ଗନାଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’ରେନେଇ ବିବାଦ, ରିଲିଜ ପୂର୍ବରୁ ଦେଖିବ କହିଲା କଂଗ୍ରେସ
July 20
21:03 2022

ନୂଆଦିଲ୍ଲୀ ୨୦/୭: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ପର୍ଦାରେ ଅଲଗା ଅଲଗା ଭୂମିକାରେ ବେଶ୍ ଅଭିନୟ କରିଛନ୍ତି। ଏବେ ଫିଲ୍ମ ‘ଏମାର୍ଜେନ୍ସୀ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଦେଖିବାକୁ ମିଳିବେ।
ନିକଟରେ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ ହୋଇଥିଲା। ଏଥିରେ କଂଙ୍ଗନାଙ୍କ ଦମଦାର ଚେହେରା ସମସ୍ତଙ୍କୁ ଚକିତ କରିଦେଇଥିଲା।
ଫାଷ୍ଟ ଲୁକ୍ରେ ଅଭିନେତ୍ରୀ ଇନ୍ଦିରାଙ୍କ ପରି ଲାଗୁଛନ୍ତି। ହେଲେ ଏବେ ଆସୁଥିବା ଖବର ଅନୁସାରେ କଂଗ୍ରେସ ପାର୍ଟି କଙ୍ଗନାଙ୍କ ଫିଲ୍ମକୁ ନେଇ ଆପତ୍ତି କରୁଥିବା ଜଣାପଡିଛି।
ରିପୋର୍ଟ ଅନୁସାରେ କଙ୍ଗନାଙ୍କ ଅପକମିଂ ମୁଭିକୁ ନେଇ କଂଗ୍ରେସର ଆପତ୍ତି ରହିଛି। ଏଣୁ ଫିଲ୍ମର ନିର୍ମାତାମାନେ ଏହାର ଅଫିସିଆଲ ରିଲିଜ ପୂର୍ବରୁ ଥରେ ଚଳଚିତ୍ର ଦେଖାନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଭାବୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜନମାନସରେ ଥିବା ଛବିକୁ ଖରାପ କରିବା ପାଇଁ ଫିଲ୍ମ ଏକ ପ୍ରୟାସ।
ଏଥିରେ ଭାରତୀୟ ଜନତା ପାର୍ଟିର ବୟାନ ମଧ୍ୟ ଆସୁଛି। କଂଗ୍ରେସ ଫିଲ୍ମକୁ ନେଇ ଆପତ୍ତି କରୁଥିବା ବିଜେପି କହିଛି, କାରଣ କଂଗ୍ରେସ ଫିଲ୍ମକୁ ନେଇ ପାର୍ଟି ଘାବରେଇ ଯାଇଛି।
ନିକଟରେ କଙ୍ଗନା ଇନ୍ଦିରା ଗାନ୍ଧିଙ୍କ ଲୁକ୍ କ୍ରିଏସନ କରିବା ପାଇଁ ତାଙ୍କ ଉଦ୍ୟମର ଭଡିଓ ସେୟାର କରିଥିଲେ। ଏଥିରେ ଫିଲ୍ମ ପାଇଁ ସେ ଅଥକ ପ୍ରୟାସ କରୁଥିବା ଦେଖା ଯାଇଛି। ଏହି ଭିଡିଓରେ ଫିଲ୍ମର ସେଟ୍ କିପରି ତିଆରି ହୋଇଛି।
ଭୂମିକାରେ ନିଜକୁ କଙ୍ଗନା କିପରି ଫିଟ କରୁଛନ୍ତି ସେ ସବୁ ଦେଖାଇଛନ୍ତି। ଇନ୍ଦିରାଙ୍କ ସାଢୀରୁ ଆରମ୍ଭ କରି ମେକଅପ୍ ସବୁ ଉପରେ ଏଥିରେ ଧ୍ୟାନ ଦିଆଯାଇଛି। ଫିଲ୍ମର ଟିଜର ରିଲିଜ ହେବା ପରେ ଏହା ୟୁ ଟ୍ୟୁବରେ ନମ୍ବର-ୱାନରେ ରହିଛି।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031