Indus Valley Times

କଟକରେ ଡବଲ ଏନକାଉଣ୍ଟର, ଦୁଇ ଅପରାଧୀଙ୍କ ଗୋଡରେ ବାଜିଛି ଗୁଳି

 Breaking News

କଟକରେ ଡବଲ ଏନକାଉଣ୍ଟର, ଦୁଇ ଅପରାଧୀଙ୍କ ଗୋଡରେ ବାଜିଛି ଗୁଳି

କଟକରେ ଡବଲ ଏନକାଉଣ୍ଟର, ଦୁଇ ଅପରାଧୀଙ୍କ ଗୋଡରେ ବାଜିଛି ଗୁଳି
April 17
09:41 2025

ଚୌଦ୍ୱାର , ୧୭/୪ : ପୁଲିସ ଉଭୟଙ୍କୁ ଗୁରୁବାର ଧରିବାକୁ ଯାଇଥିବାବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ।
କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର‌୍ୟ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ ଏକାଧିକ ଅଭିଯୋଗ ଦାଏର ହୋଇଛି।
କଟାସଙ୍କ ବିରୁଦ୍ଧରେ ୧୫ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ଶୁଭ୍ରାଂଶୁଙ୍କ ବିରୁଦ୍ଧରେ ଚାନ୍ଦା ଆଦାୟ ଠାରୁ ଆରମ୍ଭ କରି ସଶସ୍ତ୍ର ଡକାୟତି ପର‌୍ୟ୍ୟନ୍ତ ୫୦ ରୁ ଅଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930