Indus Valley Times

କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

 Breaking News

କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
March 07
14:45 2025

କଟକ, ୭/୩: ଗିରଫ ହେଲେ କୁବେର ଡେପୁଟି କମିଶନର । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।
ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ବାବୁଙ୍କ ବିଭିନ୍ନ ଠିକଣାରେ ଚଢାଉ ହେବା ପରେ ଆଖି ଖୋସିଲା ଭଳି ସୁନାଗହଣା ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୨କେଜିରୁ ଅଧିକ ସୁନା ସହ ୧୭ ଲକ୍ଷ ୫୫ହଜାର ଅଧିକ ନଗଦ ଟଙ୍କା ଜବତ ହୋଇଛି ।
ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିଲା । ଭୁବେନଶ୍ୱର, ଖୋର୍ଦ୍ଧା କଟକ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।
ଚଢାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ଘରେ ଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ ।
୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି ।
ଭୁବନେଶ୍ବରରେ ଆରଟିଓ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାନ୍ତି ପରବର୍ତ୍ତୀ ଅବସ୍ଥାରେ କଟକରେ STAଯୁଗ୍ମ କମିଶନର ଭାବେ ନିଯୁକ୍ତି ପାଇଥିଲେ । କୁବେର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଭୁବନେଶ୍ୱରରେ କୋଟିଏ ଟଙ୍କାରେ କିଣିଛନ୍ତି ୪ BHK ଫ୍ଲାଟ୍ । ୪ କୋଠା ସହ ୧୧ ପ୍ଲଟ, ୧୪ ଏକରର ଫାର୍ମ ହାଉସ ଠାବ ହୋଇଛି ।
ଭୁବନେଶ୍ୱରରେ ୪ ମହଲା କୋଠା, ଶହେ ଗ୍ରାମ ଲେଖାଏଁ ୩ଟି ସୁନା ବିସ୍କୁଟ, ୭ଶହ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୧୫ ଲକ୍ଷ ଠାବ କରିଛି ଭିଜିଲାନ୍ସ । ୪ଟି ଚାରିଚକିଆ ଗାଡ଼ି ଅନେକ ବେନାମୀ ସମ୍ପତ୍ତି ଠାବ ହୋଇଛି ।
ଏକକାଳୀନ ୯ଟି ସ୍ଥାନରେ ଚାଲିଥିଲା ମାରାଥନ ଚଢାଉ। ୨ ଅତିରିକ୍ତ ଏସପି, ୧୩ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ରେଡରେ ସାମିଲ ହୋଇଥିଲେ। ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ବାସଭବନରେ ରେଡ୍ କରିଥିଲା।
ଭୁବନେଶ୍ଵର ରଘୁନାଥପୁର ଏକ ଫ୍ଲାଟ୍, ନୟାଗଡ଼ ରଣପୁର କୁଳପଲ୍ଲାରେ ପାର୍ମ ହାଉସ, ଭୁବନେଶ୍ଵର ଗୋବିନ୍ଦପ୍ରସାଦରେ ୫ ମହଲା କୋଠା, ଖୋର୍ଦ୍ଧା ଟାଙ୍ଗୀ ପୈତୃକ ବାସଭବନରେ ମଧ୍ୟ ରେଡ୍ କରିଥିଲା।
ପୁରୀରେ ଥିବା ସମ୍ପର୍କୀୟଙ୍କ ଘରେ ବି ରେଡ୍ କରିଥିଲା। ସମ୍ପର୍କୀୟଙ୍କ ନାଁରେ ଭୁବନେଶ୍ଵର ମଳିପଡ଼ାରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ଥିବା ଜଣାପଡିଛି। ପୁରୀ ବାଲୁଖଣ୍ଡରେ ନିର୍ମାଣାଧୀନ କୋଠା ଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031