Indus Valley Times

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

 Breaking News

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ

କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ
October 07
09:17 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୭/୧୦ : କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ କମଦର ଯୋଗୁ ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ ନ କରି କ୍ରମେ ସେମାନେ ମକା ଓ ଉଦ୍ୟାନ ଚାଷ ପ୍ରତି ମନ ବଳାଉଥିଲେ।
ତେବେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ ଜରିଆରେ ଆଇଟିସି (ଇଣ୍ଡିଆ ଟବାକୋ କମ୍ପାନୀ ଲିମିଟେଡ୍) ଆଦିବାସୀ ମହିଳାଙ୍କ ଠାରୁ ହଳଦୀ ଉଚ୍ଚ ଦରରେ କ୍ରୟ କରିଛି; ଯାହାଦ୍ବାରା ଚାଷୀମାନେ ଉତ୍ସାହିତ ହୋଇଛନ୍ତି। ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରଗତି ବନ ଧନ ବିକାଶ କେନ୍ଦ୍ରର ମହିଳା ସ୍ବୟଂ ସହାୟକ
ଗୋଷ୍ଠୀଙ୍କ ଠାରୁ ୧୫ ମେଟ୍ରିକ ଟନ ହଳଦୀ ଅଧିକାରୀ ମାନେ ହଳଦୀ ପରିବହନ କରୁଥିବା ଆଇଟିସି କ୍ରୟ କରିଛି। ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ସବୁତକ ଅର୍ଥ ଏହି ସଂସ୍ଥା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରିଛି। ଏବେ ହଳଦୀକୁ ଚାଷୀ ବଜାରରେ ମାତ୍ର ୧୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଆଇଟିସି କମ୍ପାନୀ ମହିଳା ଚାଷୀଙ୍କଠାରୁ ୧୬୮ ଟଙ୍କାରେ ଏହା କ୍ରୟ କରିଛି। ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ଭେଲୁଗୁ ଆସୋସିଏଶନ ପକ୍ଷରୁ ପ୍ରଥମ ହଳଦୀ ବୋଝେଇ ଟ୍ରକ ସୁଲୁମାହାରୁ ବାହାରିଛି ।
ଏହାକୁ ଅଧିକାରୀ ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କମ୍ପାନୀ
ଦ୍ବାରା ସାରା ଦେଶ ଓ ବିଦେଶକୁ ଏହି ହଳଦୀ ବିଭିନ୍ନ ଉପାୟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି। ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ
ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ରାହୁଲ କୁମାର, ଦେବାଶିଷ ନନ୍ଦ, କମ୍ବୁପାଣି ବାବୁ ଭେଲୁଗୁ ଆସୋସିଏଶନ ସମ୍ପାଦକ ବି.ସଞ୍ଜୀବ ରାଓ, ପ୍ରକଳ୍ପ ସଂଯୋଜକ ତିରୂପତି
ରାଓ, ଆଞ୍ଚଳିକ ସଂଯୋଜକ ଜୀବନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଗତିବନ ଧନ ବିକାଶ କେନ୍ଦ୍ରର ମହିଳାଙ୍କୁ ଜୈବିକ ହଳଦୀ ଚାଷ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଜୈବିକ ପଦ୍ଧତିରେ ହଳଦୀ ଚାଷ ପାଇଁ କୃଷି ବୈଜ୍ଞାନିକଙ୍କ ଦ୍ବାରା ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଉପସ୍ଥିତ କେନ୍ଦ୍ରର ମହିଳା ମାନେ ସେମାନଙ୍କୁ ଏକ ଦୋକାନ ଗୃହ ସହ ଗୋଦାମ ଗୃହ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ହେଲେ ଆହୁରି ଅଧିକା ହଳଦୀ ଚାଷ କରି ଗୋଦାମରେ ଗଚ୍ଛିତ ରଖିବା ସହ ତାକୁ ପ୍ରସ୍ତୁତି କରି ବିକ୍ରି କରିବା ଲାଗି ସୁବିଧା ହେବ ବୋଲି କହିଥିଲେ। ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ।
କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଭୂମିହୀନ ବିଧବାଙ୍କୁ ମିଳୁନି ଘର : କଷ୍ଟରେ କଟୁଛି ଜୀବନ
କନ୍ଧମାଳ, ୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ଓଡ଼ିଶାକୁ ବିକଶିତ ରାଜ୍ୟ ନେଇ ସରକାରୀ ସ୍ତରରେ ଓ ଜନ ପ୍ରତିନିଧି ପ୍ରଚାର ପ୍ରସାର କରୁଥିବା ବେଳେ ଆଜିବି ଜରିପାଲ ତଳେ ବହୁ ପରିବାର ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହିଭଳି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ପ୍ରଚାର ପ୍ରସାର ସବୁ ଫିୟୁଜ ହେଲା ଭଳି ମନେ ହେଉଛି। ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର‌୍ୟ୍ୟାଳୟ ସମ୍ମୁଖ ମାତ୍ର ୧୦୦ ମିଟର ଦୂର ଗୌଡ଼ସାହିରେ ଏକ ଝାଟିମାଟି ଘରେ ସ୍ଵାମୀ ଓ ପିଲାଛୁଆଙ୍କୁ ନେଇ ମୂଲ ଲାଗିଲେ ଘର ଚଳୁ ଥିବା ଏକ ପରିବାରର। ଦୁର୍ଭାଗ୍ୟ ବଶତଃ ୨୦୨୨ ମସିହା ଏପ୍ରିଲ ମାସ ୭ ତାରିଖରେ ସ୍ଵାମୀ ପ୍ରମୋଦ ବେହେରାଙ୍କ ଅକାଳ ବିୟୋଗରେ ପରିବାରର ସମସ୍ତ ଦାୟିତ୍ଵ ବିଧବା ମହିଳା ରୀତାଙ୍କ ଉପରେ ପଡ଼ିଲା। ସେହିଦିନ ଠାରୁ ମହିଳା ଜଣଙ୍କ ମୂଲ ଲାଗିଲେ ଘର ଚଳେ।
ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମିହୀନଙ୍କୁ ଜାଗାପଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବିଧବା ମହିଳା ଆବେଦନ କରିଥିଲେ ସୁଦ୍ଧା ଆଜି ପର‌୍ୟ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅତି ଦୁର୍ଭାଗ୍ୟର ବିଷୟ ମହିଳା ଜଣକ ନିଜ ପିଲାଛୁଆଙ୍କୁ ଧରି ଯେଉଁ ଝାଟିମାଟି ଘରେ ରହୁଥିଲେ, ତ‌ାହା କିଛି ଦିନ ହେବ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ନିଜ ପରିବାରକୁ ନେଇ ମହିଳା ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି। ଘର ଭାଙ୍ଗିଯିବା ପରେ ସ୍ଥାନୀୟ ରାଜସ୍ଵ ବିଭାଗ ତରଫରୁ ଜରି ପାଲ ଦିଆଯାଇଥିଲା
ବର୍ତ୍ତମାନ ନିଜ ପିଲାଛୁଆଙ୍କୁ ନେଇ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ ଘରଟିଏ ଦେବା ପାଇଁ ବହୁ ଥର ସ୍ଥାନୀୟ ଏନଏସି କାର‌୍ୟ୍ୟାଳୟରେ ଲିଖିତ ନିବେଦନ କରିଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ ଘରଟିଏ ମିଳିଲା ନାହିଁ।
ନିଜ ପିଲାଛୁଆଙ୍କୁ ନେଇ ସମ୍ମାନର ସହ ବଞ୍ଚିବା ପାଇଁ ଭୂମି ହୀନ ଉକ୍ତ ମହିଳାଙ୍କୁ ଉକ୍ତ ସ୍ଥାନରେ ଆବାସ ଯୋଜନା ମାଧ୍ୟମରେ ଘରଟିଏ ଯୋଗାଇଦେବା ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ବର୍ଗ।ତୁରନ୍ତ ଏହିଭଳି ଗରିବ ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ଗୃହ ଯୋଗେଇବାକୁ ଦାବି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031