Indus Valley Times

କନ୍ଧମାଳରୁ ମୟୂରଭଂଜ ପର୍ଯ୍ୟନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଡ଼ବଡ଼ କୋଠା

 Breaking News

କନ୍ଧମାଳରୁ ମୟୂରଭଂଜ ପର୍ଯ୍ୟନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଡ଼ବଡ଼ କୋଠା

କନ୍ଧମାଳରୁ ମୟୂରଭଂଜ ପର୍ଯ୍ୟନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଡ଼ବଡ଼ କୋଠା
June 06
19:40 2026

କନ୍ଧମାଳ, ୬/୬ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଉପରେ ଭିଜିଲାନ୍ସର ବଡ଼ ଚଢ଼ାଉ ଚାଲିଛି।
ଚଢ଼ାଉ ବେଳେ ସାମ୍ନାକୁ ଆସିଥିବା ସମ୍ପତ୍ତିର ତାଲିକା ଦେଖି ନିଜେ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ୫ଟି ବହୁମହଲା କୋଠା ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ ପାଲାସିଆଲ୍ କୋଠା ଥିବା ଠାବ କରାଯାଇଛି। ଏହାସହ ୧୩ଟି ଉଚ୍ଚମୂଲ୍ୟର ପ୍ଲଟ୍, ନଗଦ ୨ ଲକ୍ଷ ୬୬ ହଜାର ଟଙ୍କା ଏବଂ ବିପୁଳ ପରିମାଣର ସୁନା, ହୀରା ଓ ରୁପା ଅଳଙ୍କାର ମିଳିଛି।
ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ତାଙ୍କ ପତ୍ନୀଙ୍କ ନାମରେ ଥିବା ଦୁଇଟି ବ୍ୟାଙ୍କ ଲକର୍ ଏପର୍ଯ୍ୟନ୍ତ ଖୋଲାଯାଇନାହିଁ। ଗୋଟିଏ ଆକ୍ସିସ୍ ବ୍ୟାଙ୍କ ଏବଂ ଅନ୍ୟଟି ୟୁନିୟନ୍ ବ୍ୟାଙ୍କରେ ଥିବା ସୂଚନା ମିଳିଛି। ଲକର୍ ଖୋଲିବା ପରେ ଆହୁରି ମୂଲ୍ୟବାନ ସମ୍ପତ୍ତି ସାମ୍ନାକୁ ଆସିପାରେ ବୋଲି ଆଶଙ୍କା କରାଯାଉଛି।
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୨ ଅତିରିକ୍ତ ଏସପି, ୫ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ୱର, ବାରିପଦା, ଯାଜପୁରର ଧର୍ମଶାଳା ଓ କନ୍ଧମାଳର ବାଲିଗୁଡ଼ା ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି।
ଚଢ଼ାଉ ଜାରି ଥିବା ବେଳେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଭିଜିଲାନ୍ସର ପୂର୍ଣ୍ଣ ରିପୋର୍ଟକୁ ଏବେ ସମସ୍ତଙ୍କ ଅପେକ୍ଷା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930