Indus Valley Times

କନ୍ଧମାଳର ବିକାଶ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ବିଜେପି କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କଲେ

 Breaking News

କନ୍ଧମାଳର ବିକାଶ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ବିଜେପି କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କଲେ

August 20
20:57 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୦/୮: କନ୍ଧମାଳ ଜିଲାର ବିକାଶ ନେଇ ଆଦିବାସୀ ଉନ୍ନୟନ ଓ ଜଳ ସଂପଦ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ କନ୍ଧମାଳ ବିଜେପିର କର୍ମକର୍ତ୍ତା ମାନେ ଭୁବନେଶ୍ୱର ଠାରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ବିଶେଷ କରି ଜିଲାରେ ଥିବା ଏକମାତ୍ର ସରକାରୀ ମହାବିଦ୍ୟାଳୟରେ ୫୮ଜଣ ଅଧ୍ୟାପକ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୩ଜଣ ଅଧ୍ୟାପକ ଅଛନ୍ତି ।
ଏଭଳି ସ୍ଥଳେ ଶିକ୍ଷାଦାନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେହିଭଳି ବିଜେପିର ପ୍ରତିନିଧି ମଣ୍ଡଳି କନ୍ଧମାଳ ଜିଲାର ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ସହିତ ଜଳସେଚନ ବ୍ୟବସ୍ଥା , ଶୀତଳ ଭଣ୍ଡାର ବ୍ୟବସ୍ଥା ସହିତ ପ୍ରୋସେସିଙ୍ଗ୍ ୟୁନିଟ୍ ସ୍ଥାପନ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ।
କନ୍ଧମାଳ ଜିଲା ଏକ ଆଦିବାସୀ ବହୁଳ ଜିଲା ହୋଇଥିଲେ ମଧ୍ୟ ଜିଲାର ବିକାଶ ସେହିମାତ୍ରରେ ହୋଇ ନାହିଁ ବୋଲି ମଧ୍ୟ ଦର୍ଶାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲେଚାନା ବେଳେ କନ୍ଧମାଳ ଜିଲାରେ ୮ ଗୋଟି ନୂଆ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ପ୍ରଦାନ କରିଥିବାର ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ଜିଲାରେ କେନ୍ଦ୍ର ସରକାରଙ୍କ ବନ୍ଧନ ଯୋଜନା ଓଏମ୍ଏସ୍ଏମ୍ଇ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ କ୍ଷ ଜିଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା , କନ୍ଧମାଳ ଉପସଭାପତି ତଥା ଲୋକସଭା ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ ମହନ୍ତ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031