Indus Valley Times

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର

 Breaking News

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର
January 21
19:45 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୧: ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ – ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି ।
ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି। ରାୟଗଡ଼ା ଜିଲ୍ଲା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାହୁନା) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାର ବ୍ୟାନର କୁ ନେଇ ପୁଲିସ ଚିନ୍ତାରେ ପଡିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସିମାନ୍ତ ଫୁଲବାଣୀ ଜିଲ୍ଲା ରେ ଏବେ ମାଓବାଦୀ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳ ରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି। ଏହି ବ୍ୟାନର ରେ ଖଣି ଖାଦାନ କୁ ବିରୋଧ କରି ବିଭିନ୍ନ ବିଷୟ ଉଲ୍ଲେଖ ଥିବା ଜଣାପଡିଛି।
ମହାବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବାଲିଗୁଡା, ୨୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମ ସିଏସ ମହାବିଦ୍ୟାଳୟର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଏସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ରାମବିଶ ଦିଗାଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ତଥା ପ୍ରାକ୍ତନ ଛାତ୍ର ଜିତେନ୍ଦ୍ର ଡାକୁଆ ଯୋଦଦେଇଥିଲେ ।
ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନମାଳୀ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ କ୍ରୀଡା ଆମଜୀବନ ପାଇଁ କେତେ ଆବଶ୍ୟକ ବର୍ଣ୍ଣନା କରିଥିଲେ ।
କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ନରେନ୍ଦ୍ର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଅଧ୍ୟାପକ ଶଙ୍କର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ୪୨ ଟି ପ୍ରତିଯୋଗିତା ରେ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ ।
ଖେଳ ଶିକ୍ଷକ ଧ୍ୟାନଚାନ୍ଦ ନାୟକ ଖେଳ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍କୁଲ ରୁ ଆସିଥିବା ଖେଳ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ମନୋଜ କୁମାର ଭୋଳ, ରେଣୁବାଳା ପ୍ରଧାନ, ବାଳକୃଷ୍ଣ ଦୋରା, ଶିବ ପାଣିଗ୍ରାହୀ, ସୁଶାନ୍ତ କୁମାର ଭୋଳ ଖେଳ ପରିଚାଳନା କରିଥିଲେ ।
ପାଞ୍ଚଜଣ ଛାତ୍ର, ଛାତ୍ରୀ ଚମ୍ପିଆନ ହୋଇଥିଲେ ସିନିଅର ର ମଧୁସ୍ମିତା ନାୟକ, ସୌମ୍ୟା ସାଗରୀକା ନାୟକ, ଚିତ୍ତରଞ୍ଜନ ପ୍ରଧାନ, ଜୁନିୟର ର ବର୍ଷା ପ୍ରଧାନ, ଲଳିତ କହଁର, ଅଧ୍ୟାପକ ରତନ ଦିଗାଲ ସଂଚାଳନ କରିଥିବାବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଯୁବ ରେଡକ୍ରସ୍ ପକ୍ଷରୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ବିସ୍କୁଟ ବଣ୍ଟନ
ବାଲିଗୁଡା, ୨୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବିଶ୍ୱନାଥ ପଲ୍ଲୀ ଠାରେ ଅବସ୍ଥିତ ରେଡକ୍ରସ୍ ଦୃଷ୍ଟିହୀନ ଊଚ୍ଚ ବିଦ୍ୟାଳୟର ରେ ଅଧ୍ୟୟନରତ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, କାଊନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ସ୍ବେଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା, ୨୧/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି କାର୍ଯ୍ୟକ୍ରମରେ ବହୁଭାଷୀ ଶିକ୍ଷଣ ଏବଂ ଦୃଢ ମନୋଭାବ ଓ ସହନଶୀଳତା ବିଷୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ଏଥିସହ ଅନୁଷ୍ଠାନ ର ସମସ୍ତ ଶିକ୍ଷିକା- ପ୍ରଶିକ୍ଷିକା ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀମା ଶୁଭଶ୍ରୀ ଦାସ, ସୁଶ୍ରୀ ରଶ୍ମିତା ଗିରି, ସୁଶ୍ରୀ ସ୍ମୃତି ସନ୍ଧ୍ୟା, ଶୁଭଶ୍ରୀ ବେହେରା, ବାଣିରୂପା ପ୍ରଧାନ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ଦୁଇ ଜଣ ଲେଖାଏଁ ଗବେଷଣାରତ ଶିକ୍ଷକ ଶିକ୍ଷୟିତ୍ରୀଉପସ୍ଥିତ ରହି ଉଭୟ ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ସ୍ତରରେ ଥିବା ବିଭିନ୍ନ ସମସ୍ୟା ଯାହା କିପରି ସମସ୍ତଙ୍କ ଦ୍ୱାରା ସମାଧାନ ହୋଇ ପାରିବ ଓ କେଉଁ କେଉଁ ପଦ୍ଧତି ଓ ପ୍ରକ୍ରିୟା ମାଧ୍ୟମ ରେ ହୋଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।
ବିଭିନ୍ନ ବ୍ଲକ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋକକ ମଧ୍ୟ ପାଠ୍ୟଚକ୍ର ରେ ଅଂଶଗ୍ରହଣ କରିଥିଲେ ।
ସେମାନଙ୍କ ମଧ୍ୟରେ ଅରବିନ୍ଦ ମହାପାତ୍ର, ଶୀତୁ ପ୍ରକାଶ ରଥ, ପ୍ରଭାସ ହୋତା, ସୁକାନ୍ତ କୁମାର ଦତ୍ତରାୟ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଶିକ୍ଷକ ଅମରେନ୍ଦ୍ର ପ୍ରଧାନ, ସତ୍ୟ ନାରାୟଣ ତ୍ରିପାଠୀ, ସୁଧାଂଶୁ ଶେଖର ମିଶ୍ର ଙ୍କ ସହ ଅନେକ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930