Indus Valley Times

କରଡାସିଂ ପଞ୍ଚାୟତରେ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

କରଡାସିଂ ପଞ୍ଚାୟତରେ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

କରଡାସିଂ ପଞ୍ଚାୟତରେ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
October 12
22:41 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୧୦ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ କରଡାସିଂ ସ୍ଥିତ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ପକ୍ଷରୁ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ (ଡି ଏଫ୍ ଟି)ଙ୍କ ସହଯୋଗରେ ଏକ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଓ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
କାର୍ଯ୍ୟକ୍ରମରେ ସି:ସି:ଡି ଅନୁଷ୍ଠାନ ର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଏ. ଜଗନ୍ନାଥ ରାଜୁ, ସ୍ଥାନୀୟ ସରପଞ୍ଚ ଶ୍ରୀ ଉମା ଶଙ୍କର ଭୂମାଲ, , ପି:ଇ:ଓ ଶ୍ରୀ ପି. କିରଣ କୁମାର, , ସି:ଆର୍:ସି:ସି ଶ୍ରୀ ଅଶ୍ୱିନ କୁମାର ପାଢ଼ୀ, ପ୍ରଧାନଶିକ୍ଷକ ଶ୍ରୀ କେଦାର ଚନ୍ଦ୍ର ରାଉତ ଏବଂ ଶ୍ରୀ ସୌତି ଜାନୀ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ସୌତି ଜାନୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ୍ ଓ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁମାନଙ୍କ, ଉଚ୍ଚତା ଓ ଓଜନ ମାପ, ରକ୍ତହୀନତା ପରୀକ୍ଷା, ଚକ୍ଷୁ ପରୀକ୍ଷା, ପୁଷ୍ଟିକର ଖାଦ୍ୟ, ସ୍ଥାନୀୟ ପନିପରିବା ଓ ଋତୁସ୍ରାବ ସମୟରେ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ ବିଷୟ କରା ଯାଇଥିଲା ।
ଏଥିସହ ଶିଶୁମାନେ ଖେଳକୁଦ, ମ୍ୟୁଜିକାଲ୍ ଚେୟାର, ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା ଓ ନୃତ୍ୟ ଆଦିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ସନ୍ତୁଳିତ ଆହାର, ସ୍ୱାସ୍ଥ୍ୟର ଯତ୍ନ ଓ ପରିଚ୍ଛନ୍ନତା ସମ୍ପର୍କରେ ନୂତନ ଜ୍ଞାନ ଆହରଣ କରିଥିଲେ। ଏହି ମେଳା ଶିଶୁମାନଙ୍କ ମଧ୍ୟରେ ସୁସ୍ଥ ଅଭ୍ୟାସ ଗଢ଼ିବା ଏବଂ ସଚେତନ ଓ ସୁସ୍ଥ ସମାଜ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଥିଲା।
ପରିଶେଷରେ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ କେକ କଟାଯାଇ ଥିଲା ଏବଂ କାର‌୍ୟ୍ୟକ୍ରମଟି କୁ ସଫଳ ଭାବେ ବିଜୟ ପ୍ରଧାନ (ପ୍ରୋଗ୍ରାମ ମେନେଜର) ବିଦ୍ୟା ମହୁଲିୟା (କୋଡିନେଟର ) ଏବଂ ସମୀର ପ୍ରଧାନ (କୋଡିନେଟର ) ପରିଚାଳନା କରିଥିଲେ ଏବଂ ଶିଶୁମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସହ ସଫଳତାର ସହ ସମ୍ପନ୍ନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031