Legatus

କୁବେର ଅତିରିକ୍ତ ଉପଜିଲ୍ଲାପାଳ, ପଡ଼ୋଶୀଙ୍କ ଛାତରୁ ମିଳିଲା ୨ କୋଟି

 Breaking News

କୁବେର ଅତିରିକ୍ତ ଉପଜିଲ୍ଲାପାଳ, ପଡ଼ୋଶୀଙ୍କ ଛାତରୁ ମିଳିଲା ୨ କୋଟି

June 23
11:18 2023

ନବରଙ୍ଗପୁର/ ଭୁବନେଶ୍ୱର,୨୩/୬: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ସେତିକିବେଳେ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ଠୋଠା ଶବ୍ଦ ଶୁଭିଲା। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ।
ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ ଟିମର କିଛି ସଦସ୍ୟ ପଡ଼ୋଶୀଙ୍କ ଛାତ ଉପରକୁ ଗଲେ। ସେଠାରେ ଯାହା ଦେଖିଲେ, ସେଥିରେ ସେମାନେ ଆଚମ୍ବିତ ହୋଇଥିଲେ। ଭିଜିଲାନ୍ସ ଟିମ୍ ଛାତ ଉପରୁ ବିଡ଼ାବିଡ଼ା ୫ଶହ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍ ଜବତ କଲେ। ଜବତ ଅର୍ଥର ପରିମାଣ ୨ କୋଟି ହେବ ବୋଲି କୁହାଯାଉଛି।
ଅନୁମାନ କରାଯାଉଥିଲା ଯେ ଏହି ଟଙ୍କା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କର। ସେ ଭିଜିଲାନ୍ସ ଟିମ୍ ଆସିଥିବା ଜାଣି ଘରେ ନଥିଲେ ବି ପରିବାର ଲୋକଙ୍କୁ ପଡ଼ୋଶୀଙ୍କ ଛାତକୁ ସେହି ୬ ପ୍ୟାକେଟ୍ ଟଙ୍କା ବିଡ଼ା ଫିଙ୍ଗିଦେବାକୁ କହିଥିଲେ।
ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ଛାତ ଉପରକୁ ଟଙ୍କା ପ୍ୟାକେଟ୍ ଫିଙ୍ଗିଦେଇଥିଲେ। କିନ୍ତୁ ଟଙ୍କା ବିଷୟରେ କିଛି ଜାଣି ନଥିବା ଗଣମାଧ୍ୟମକୁ କହିଥିଲେ ପରିବାର ଲୋକେ। ଏନେଇ ଭିଜିଲାନ୍ସ ଟିମ୍ ଖୋଳତାଡ଼ କରୁଛି।
ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର‌୍ୟ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର‌୍ୟ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31