Indus Valley Times

କୋଭିଡ ଗାଇଡଲାଇନରେ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

 Breaking News

କୋଭିଡ ଗାଇଡଲାଇନରେ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

କୋଭିଡ ଗାଇଡଲାଇନରେ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ
December 26
16:56 2022

ଭୁବନେଶ୍ୱର,୨୬/୧୨: କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ ମିଳିଲାଣି। ପୁଣି ଥରେ ଯେପରି ଲକଡାଉନର ଓ ସଟଡାଉନର ସମସ୍ୟା ନଉପୁଜେ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଲାଣି।
ଏହିପରିପ୍ରେକ୍ଷୀରେ ସ୍କୁଲକୁ ଫେରୁଛି କରୋନା କଟକଣା। ବିଦ୍ୟାଳୟରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଛି।
କୋଭିଡ଼ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦର୍ଶିକା ଅନୁସାରେ ସ୍କୁଲର ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ପିଲାମାନେ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଆଗାମୀ ଦିନରେ ହେବାକୁ ଥିବା ଦଶମ ଏବଂ +୨ ପରୀକ୍ଷା ମଧ୍ୟ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ହେବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031