Indus Valley Times

କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ୫ ଛାତ୍ରଙ୍କ ସମେତ ୮ ଗିରଫ

 Breaking News

କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ୫ ଛାତ୍ରଙ୍କ ସମେତ ୮ ଗିରଫ

କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ୫ ଛାତ୍ରଙ୍କ ସମେତ ୮ ଗିରଫ
March 18
18:20 2023

କୋରାପୁଟ,୧୮/୩: ନନ୍ଦପୁର ପୁଲିସ ୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ସଦାନନ୍ଦ ଗୁଣ୍ଠଙ୍କ ନେତୃତ୍ୱରେ ପାଞ୍ଚ ଜଣ କଲେଜ ଛାତ୍ର ଭୀଷ୍ମ ଗୁଣ୍ଠ, ଯୋଗେଶ ଖାଡା, ଡମ୍ବରୁଧର ଖାଡା ଓ ଦାମୋଦର ଗୁଣ୍ଠ ୩୫ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।
ଲକ୍ଷ୍ମୀଧର ଖିଲାଙ୍କ ଠାରୁ ଚମ୍ପାରନ(ବିହାର)ର ରାହୁଲ କୁମାର ଏବଂ ସଦାମ ହୁସେନଙ୍କୁ ଗଞ୍ଜେଇ ନେବା ପାଇଁ ଦାମନଯୋଡ଼ି ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ। ଲକ୍ଷ୍ମୀଧର ଖିଲା ଏକ କାରରେ ଗଞ୍ଜେଇ ନେଉଥିଲେ।
ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା ଏବଂ ଘଟଣାସ୍ଥଳରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଚୋରାଚାଲାଣରେ ବ୍ୟବହୃତ କାର ବି ଜବତ ହୋଇଛି।
ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲା ଲାକ୍ରା ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031