Indus Valley Times

ଖୋରଧା ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା ଅନୁଷ୍ଠିତ: ‘ନିରନ୍ତରତା ନିମନ୍ତେ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଆଲୋଚନା

 Breaking News

ଖୋରଧା ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା ଅନୁଷ୍ଠିତ: ‘ନିରନ୍ତରତା ନିମନ୍ତେ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଆଲୋଚନା

ଖୋରଧା ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା ଅନୁଷ୍ଠିତ: ‘ନିରନ୍ତରତା ନିମନ୍ତେ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଆଲୋଚନା
August 11
18:49 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୮ : ଖୋରଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଖୋରଧା ପକ୍ଷରୁ ଆୟୋଜିତ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC-୨୦୨୬) ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ବିଜେବି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି।
କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା ଓ ଶ୍ରୀମତୀ ରଶ୍ମିବାଳା ପରିଡ଼ା, ଏବଂ ବିଜେବି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା ଉଦ୍ଘାଟନ କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସରୋଜ କୁମାର ସିଂହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଚଳିତ ବର୍ଷର ମୁଖ୍ୟ ବିଷୟ ବସ୍ତୁ \’ନିରନ୍ତରତା ନିମନ୍ତେ ବିଜ୍ଞାନ ଓ ନବସୃଜନ\’ ଓ ୫ ଟି ଉପ ବିଷୟ ବସ୍ତୁ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ବେହେରା ନିଜ ବକ୍ତବ୍ୟରେ ବିଜ୍ଞାନ ଶିକ୍ଷକ କିପରି ବିଦ୍ୟାଳୟର ମେରୁଦଣ୍ଡ ଏବଂ ସେମାନଙ୍କର ପ୍ରୟାସରେ କିପରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇପାରେ ସେ ବିଷୟରେ ନିଜ ବକ୍ତବ୍ୟ ରେ କହିଥିଲେ । ଶ୍ରୀମତୀ ପରିଡା ତାଙ୍କ ବକ୍ତବ୍ୟରେ କିପରି ଉନ୍ନତ ମାନର ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତ କରିପାରିବେ ଓ ତାହା କିପରି ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିବ ସେ ବିଷୟରେ ମତ ପ୍ରକାଶ କରିଥିଲେ ।
କର୍ମଶାଳାରେ ସମ୍ବଳ ଶିକ୍ଷକ ଭାବେ ଚନ୍ଦକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଏକାଡେମୀକ କୋଡିନେଟର ଶ୍ରୀ ବିଭୁ ପ୍ରସାଦ ସେନାପତି ପ୍ରକଳ୍ପ ପ୍ରସ୍ତୁତିର ବିଭିନ୍ନ ପଦ୍ଧତି ବିଷୟରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ ।
ଅନ୍ୟତମ ସମ୍ବଳ ଶିକ୍ଷକ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟ, ହରିପୁର ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପ୍ରଧାନ ସମସ୍ତ ଉପ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ କ୍ଷ ଅପରାହ୍ନରେ ପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଆଇ ଆର୍ ସି ଭିଲେଜର ବିଜ୍ଞାନ ଶିକ୍ଷକ ଶ୍ରୀ ତୋଫାନ କୁମାର ରାଉତରାୟ ପିପିଟି ଯୋଗେ କେତେ ଗୁଡିଏ ପ୍ରକଳ୍ପର ଉଦାହରଣ ଉପସ୍ଥାପନା କରିଥିଲେ ।
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଚଳିତ ବର୍ଷର ବିଷୟବସ୍ତୁ, ପ୍ରକଳ୍ପ ପ୍ରସ୍ତୁତି, ଗବେଷଣା ପଦ୍ଧତି, ମୂଲ୍ୟାୟନ ମାନଦଣ୍ଡ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଏବଂ ନୋଡାଲ ବିଦ୍ୟାଳୟର ବହୁ ସଂଖ୍ୟକ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ କର୍ମଶାଳାରୁ ଉପକୃତ ହୋଇଥିଲେ। ପ୍ରଶ୍ନୋତ୍ତର ପର୍ବ ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କ ବିଭିନ୍ନ ସନ୍ଦେହର ସମାଧାନ କରାଯାଇଥିଲା। ଶେଷରେ ଅମରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ବିଜେବି ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ସୁଚାରୁରୂପେ ପରିଚାଳିତ ହୋଇଥିବା ବେଳେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଗୁଣାତ୍ମକ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଏହି କର୍ମଶାଳା ଅତ୍ୟନ୍ତ ଫଳପ୍ରଦ ବୋଲି ମତ ପ୍ରକାଶ ପାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930