Indus Valley Times

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଦୀର୍ଘ ବ୍ୟବଧାନରେ ପୁନର୍ବାର କ୍ୟାବିନ ଉଚ୍ଛେଦ ଅଭିଯାନ ଆରମ୍ଭ

 Breaking News

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଦୀର୍ଘ ବ୍ୟବଧାନରେ ପୁନର୍ବାର କ୍ୟାବିନ ଉଚ୍ଛେଦ ଅଭିଯାନ ଆରମ୍ଭ

December 20
09:31 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୦/୧୨ : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଥିବା କ୍ୟାବିନ ଉଚ୍ଛେଦ ଅଭିଯାନ ବିଗତ ଦିନରେ ଜୋରଦାର ହୋଇଥିଲା। ମାରୱାଡ଼ି ପଟିରୁ ଆରମ୍ଭ ହୋଇ ଆଦର୍ଶ ଥାନା ସାମାନାରେ ଥିବା କ୍ୟାବିନ, ତହସିଲଦାର କାର୍ଯ୍ୟାଳୟ ସମୁଖ, ପଞ୍ଚ ସଖା ପରିବା ବଜାର ପର୍ଯ୍ୟନ୍ତ ,ପରବର୍ତ୍ତୀ ସମୟରେ ପୋଷ୍ଟ ଅଫିସ ସମ୍ମୁଖରେ ଥିବା କିଛି କ୍ୟାବିନ ଉଚ୍ଛେଦ ହୋଇଥିଲା।
ସେମାନଙ୍କୁ ଟିଏଲସି ପରିବା ବଜାର ଏବଂ ପାଖରେ ପୌର ପରିଷଦ ପକ୍ଷରୁ ନିର୍ମିତ ଭେଣ୍ଡିଂ ଜୋନ୍ ରେ ଥଇଥାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉଚ୍ଛେଦ ବନ୍ଦ ରହିଥିଲା।
ଆଜି ପୌର ପରିଷଦ ପକ୍ଷରୁ ପୁନର୍ବାର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ପଲା ଛକରୁ ବ୍ଲକ ଛକ ପର୍ଯ୍ୟନ୍ତ ୪୦ ଗୋଟି ଦୋକାନ। ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଯାଇଥିବା ଦୁଇଟି ଜେସିବି ମେସିନ ବିଶେଷ ଉଚ୍ଛେଦ କାର‌୍ୟ୍ୟରେ ଲାଗି ନାହିଁ। ଦୋକାନୀ ମାନେ ନିଜେ ନିଜେ ନିଜର ଦୋକାନ ସାମଗ୍ରୀ ସଂଗ୍ରହ ସହିତ ଦୋକାନ ଭାଙ୍ଗି ଥିବାର ଦେଖିବାକୁ ମିଳିଥିଲା। ପୌର ନିର୍ବାହୀ ଅଧିକାରୀ ରିଜୁଆନ କବକଅ କହିଛନ୍ତି ଦୋକାନି ମାନଙ୍କୁ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଶୁକ୍ରବାର ଅନେକ ଦୋକାନି ନିଜେ ନିଜର ଦୋକାନକୁ ଭାଙ୍ଗି ନିଜର ଦୋକାନ ସାମଗ୍ରୀ ନେଇଛନ୍ତି। ଆଜି ୪୦ ଗୋଟି ଦୋକାନ ଉଚ୍ଛେଦ ହୋଇଥିବା ପୌର ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଉଚ୍ଛେଦ କାର‌୍ୟ୍ୟରେ ଖୋର୍ଦ୍ଧା ତହସିଲଦାର ବିଭେସ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଡ଼ି ଗୋପାଳ ରେଡ଼ି ,ଖୋର୍ଦ୍ଧା ରାଜସ୍ବ ଅଧିକାରୀ, ଅମିନ, ସ୍ଥାନୀୟ ପୋଲିସ ଏବଂ ପୌର କର୍ମଚାରୀଙ୍କ ଉପସ୍ଥିତରେ ଉଚ୍ଛେଦ ଅଭିଯାନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031