Indus Valley Times

ଖୋଳ ଅସଲି ଔଷଧ ନକଲି: କଟକର ୧୦ଟି ସ୍ଥାନରେ ଚଢଉ

 Breaking News

ଖୋଳ ଅସଲି ଔଷଧ ନକଲି: କଟକର ୧୦ଟି ସ୍ଥାନରେ ଚଢଉ

ଖୋଳ ଅସଲି ଔଷଧ ନକଲି: କଟକର ୧୦ଟି ସ୍ଥାନରେ ଚଢଉ
September 09
13:25 2022

କଟକ,୯/୯: ଦାମି କମ୍ପାନି ଖୋଳ ଭିତରେ ନକଲି ଔଷଧ । ଲୋକଙ୍କୁ ଚକମା ଦେବା ପାଇଁ ଏଭଳି କାରନାମା କରିଛନ୍ତି କିଛି ନକଲି ବ୍ୟବସାୟି । ଖୋଳ ଅସଲି ଔଷଧ ନକଲି । ଟେଲ୍ମା-୪୦, ଟେଲ୍ମା ଏଏଚ୍, ଟେଲ୍ମା ଏଏମ୍ କମ୍ପାନିର ଔଷଧ ସବୁର ନକଲ କରାଯାଇ ଏକ ଦାମୀ ବ୍ରାଣ୍ଡ କମ୍ପାନିର ଖୋଳରେ ତାକୁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଇଛି । ଏଭଳି ନକଲି ଔଷଧ ଧରାପଡିଛି କଟକରେ । ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଓଡିଶା ତଥା ଓଡ଼ିଶା ବାହାରକୁ ଚାଳନ ହୋଇଛି । କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି । ପାଟଣା, ବେଙ୍ଗାଲୁରୁ ଆଦି ସ୍ଥାନରୁ ଏକ ନିର୍ଦ୍ଦିଷ୍ଟ କମ୍ପାନି ଦୁଇ ମାସ ହେଲା କଟକ ଓ ଭୁବନେଶ୍ବରର କିଛି ଔଷଧ ଏଜେନ୍ସିକୁ ଉଚ୍ଚ ରକ୍ତଚାପର ଔଷଧ ପଠାଇଥିଲା। ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା। କିନ୍ତୁ, ଯେଉଁ ଔଷଧ ବଜାରରୁ କିଣାଯାଇଥିଲା ତାହା ଏକ ଦାମୀ ବ୍ରାଣ୍ଡ୍ର ଔଷଧ। ଫଳରେ, ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ, ଏକ ଦାମୀ ବ୍ରାଣ୍ଡ୍ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା। ଏହାପରେ ଭୁବନେଶ୍ବରରେ ପ୍ରଥମେ ଚଢ଼ଉ କରାଯାଇଥିବାବେଳେ ଏହାର ଚେର କଟକକୁ ଲମ୍ବିଥିବା ଜଣାପଡ଼ିଥିଲା। ଫଳରେ, ୬ତାରିଖ ରାତିରୁ କଟକର ମାଣିକଘୋଷ ବଜାରରେ ଚଢଉ କରାଯାଇଥିଲା।
ଏହି ଚଢଉ ପରେ ଭେଜାଲ ଔଷଧ ବିକ୍ରି ସଂପର୍କିତ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ତୁଷାର ରଞ୍ଜନ ପାଣିଗ୍ରାହୀ, ହରିପ୍ରିୟା ମଲ୍ଲିକଙ୍କ ନେତୃତ୍ବରେ କଟକର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଆଗକୁ ଏ ସଂପର୍କିତ ଖୋଳତାଡ ଜାରି ରହିବ, ଏବଂ ନକଲି କାରବାରର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031