ଗଜପତି:ପାରଳାଖେମୁଣ୍ଡି ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଓ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଠକେଇ ଘଟଣାରେ ଭିଜିଲାନ୍ସ ଦୁଇ ଜଣ ଯନ୍ତ୍ରୀ ଏବଂ ଜଣେ ଠିକାଦାରଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଚାଲାଣ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୭/୮ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା \”ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଏବଂ ନବୀକରଣ” ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଘୋର ଆର୍ଥିକ ଅନିୟମିତତା ଓ ବ୍ୟାପକ ଟଙ୍କାର ହେରଫେର ଅଭିଯୋଗ ହୋଇଥିବା ସମ୍ପର୍କିତ ଜଡିତ ମାମଲାରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ମ୍ୟୁନିସିପାଲିଟି ଯନ୍ତ୍ରୀ ଏବଂ ଜଣେ ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲ କରିଛି ।
ସମ୍ପୃକ୍ତ ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଓ ଏବଂ ନବୀକରଣ ପ୍ରକଳ୍ପ ଘଟଣାରେ ବ୍ୟାପକ ଫଲ୍ସ ବିଲ ଅନିୟମିତତାର ଅଭିଯୋଗ ପାଇବା ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ମାପଚୁପ କରାଯାଇ ବିଧିବଦ୍ଧ ତଦନ୍ତ ପରେ ଜଣାପଡ଼ିଛି ଯେ , ସେଥିରେ ଆର୍ଥିକ ଅନିୟମିତତା , ନିର୍ମାଣ କାର୍ଯ୍ୟର ଗୁଣବତ୍ତା , ବିଲ୍ ପ୍ରଦାନ ପ୍ରକ୍ରିୟା ଜାଲ ମେଜରମେଣ୍ଟ ବୁକ୍ (ଏମବି) ଏଣ୍ଟ୍ରି ଏବଂ ନିମ୍ନମାନର କାର୍ଯ୍ୟାନ୍ୱୟନ ମାଧ୍ୟମରେ ୫୫,୬୯,୦୩୩/- ଟଙ୍କାର ସରକାରୀ ପାଣ୍ଠିର ଯୋଜନାବଦ୍ଧ ଭାବେ ସମ୍ପୂର୍ଣ୍ଣ ଅପବ୍ୟବହାର କରିଥିବା ଜଣାପଡ଼ିଥିଲା।
ଯାହାକି ଏହି ଜାଲିଆତି ସମୟ ଥିଲା ଗତ ୨୦୧୯ ରୁ ୨୦୨୨ ମସିହା ବେଳ ପର୍ଯ୍ୟନ୍ତ ଏବଂ ଏହି ଅପବ୍ୟବହାର ହେରଫେର ହୋଇଥିବା ମାପ ରେକର୍ଡ ଏବଂ ନିମ୍ନମାନର କାର୍ଯ୍ୟ ସହିତ ଜଡିତ ଥିଲା।
ଏହି ଘଟଣାରେ ଶ୍ରୀ ଡି. ଯୁଧିଷ୍ଟିର (ପୂର୍ବତନ ଜେଇ) ସରକାରୀ ମାପ ବହି (ଏମବି) ରେ ଜାଣିଶୁଣି ଚଞ୍ଚକତା କରିଥିବା ସହ ମିଥ୍ୟା ମାପ ଏଣ୍ଟ୍ରି ରେକର୍ଡ କରିଥିଲେ।
ମୁଖ୍ୟତଃ ଭାବେ ସେଥିରେ
ସେହି ଏଣ୍ଟ୍ରିଗୁଡ଼ିକ ଏପରି କାର୍ଯ୍ୟ ପାଇଁ ଥିଲା ଯାହା ଅସ୍ତିତ୍ୱହୀନ କିମ୍ବା ନିମ୍ନମାନର ଥିଲା। ଶ୍ରୀ ସଞ୍ଜୀବ ଚମ୍ପତି (ଏମଇ) ଜାଣିଶୁଣି ସରକାରୀ ଯାଞ୍ଚ ମାପ ସମୟରେ ମିଥ୍ୟା ମାପକୁ \”ସଠିକ\” ଭାବରେ ଅନୁମୋଦନ ଏବଂ ପ୍ରମାଣିତ କରିଥିଲେ ଯାହାକି ଏଥିରେ ତାଙ୍କର ପ୍ରମାଣୀକରଣ ଜାଲ ରେକର୍ଡଗୁଡ଼ିକୁ ବୈଧ ଭାବରେ ବିବେଚନା କରିବାକୁ ସକ୍ଷମ କରିଥିଲା।
ଏହି ଜାଲ ଅନୁମୋଦନ ଯୋଗୁଁ ଠିକା କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମୋଟ ୧,୨୨,୪୦,୭୦୦/- ଟଙ୍କା ପ୍ରଦାନ କରା ଯାଇଥିଲା।
ଦେୟ ହେରଫେର ହୋଇଥିବା ମାପ ଡକ୍ୟୁମେଣ୍ଟେସନ୍ ଉପରେ ଆଧାରିତ ଥିଲା। ଏକ ସ୍ୱାଧୀନ ବୈଷୟିକ ମୂଲ୍ୟାଙ୍କନ ୫୫,୬୯,୦୩୩/- ଟଙ୍କା ପର୍ୟ୍ୟନ୍ତ ନିମ୍ନମାନର / କମ୍ କାର୍ଯ୍ୟ ସମ୍ପାଦନକୁ ନିଶ୍ଚିତ କରିଥିଲା, ଯାହାକି ରାଜ୍ୟ ରାଜକୋଷକୁ ସିଧାସଳଖ କ୍ଷତି ପହଞ୍ଚାଇଥିଲା। ଏହି ମୂଲ୍ୟାଙ୍କନ ଜାଲିଆତିକୁ ରାଜ୍ୟ ଉପରେ ପ୍ରକୃତ ଆର୍ଥିକ ପ୍ରଭାବ ସହିତ ଲିଙ୍କ କରିଥିଲା।
ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର ଓ ନବୀକରଣ ଘଟଣାର ତଦନ୍ତ ପରେ ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୦୭ ତା ୦୫.୦୮.୨୦୨୬ ସହିତ ଏକ ସଂଯୋଗ ଉଲ୍ଲେଖ କରାଯିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଧାରା ୧୩(୨)ଆର/ଡବ୍ଲ୍ୟୁ ୧୩ (୧)(ଏ) ପିସି (ସଂଶୋଧନ) ଆଇନ, ୨୦୧୮ ଏବଂ ପ୍ରାସଙ୍ଗିକ ଆଇପିସି ଧାରା (୧୨୦-ବି/୪୦୯/୪୨୦/୪୬୮/୪୭୧/୪୭୭-ଏ) ଅନୁଯାୟୀ ଏଫଆଇଆର୍ ରୁଜୁ କରାଯାଇଛି।
ଅଭିଯୁକ୍ତ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତଥା ବର୍ତ୍ତମାନର ଗୁଣୁପୁର ମ୍ୟୁନିସିପାଲିଟିର ଏ/ପି ସହକାରୀ ଯନ୍ତ୍ରୀ ଶ୍ରୀ ଡି. ଯୁଧିଷ୍ଟିର ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଇଞ୍ଜିନିୟର (ଏମ ଇ) ଶ୍ରୀ ସଞ୍ଜୀବ ଚମ୍ପତ୍ତି ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହି ବନ୍ଧ ପୁନରୁଦ୍ଧାର ଓ ନବୀକରଣ ପ୍ରକଳ୍ପ କାର୍ୟ୍ୟର ଠିକାଦାର। ଏମାନଙ୍କୁ ଆଜି ଗିରଫ କରାଯିବା ସହ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରା ଯାଇଥିବା ସହ ଘଟଣା ସମ୍ପର୍କରେ ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଥିବା ମିଳିଥିବା ପ୍ରେସ ବିବୃତ୍ତିରେ ଜଣାଯାଇଛି ।
ସୂଚନାଯୋଗ୍ୟ ଯେ , ସମ୍ପୃକ୍ତ ପଟ୍ଟନାୟକ ବନ୍ଧର ମୋଟ ୩ ଏକର ୩୬୫ ଡିସିମିଲ ପରିଧି ଜାଗା ମଧ୍ୟରୁ ଅଧିକାଂଶ ଭାଗ ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଇଥିବା ବେଳେ କେବଳ ଜଳ ରହିଥିବା ସ୍ଥଳ ହିଁ ବଳକା ରହିଛି ବୋଲି ଅଭିଯୋଗର ଜଣାଯାଇଛି। ।
ସମ୍ପୃକ୍ତ ବନ୍ଧର ପୁନରୁଦ୍ଧାର ଓ ନବୀକରଣ ପାଇଁ ରାଜ୍ୟ ସରକାର ଗତ ୨୦୦୯ ମସିହାରୁ ଏ ପର୍ୟ୍ୟନ୍ତ ବିଭିନ୍ନ ଯୋଜନାରେ ୨ କୋଟି ୧୧ଲକ୍ଷ ୫ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବା ଜଣାଯାଇଛି । ଯାହାକି ସେହି ଅନୁଦାନ ଟଙ୍କାରେ ପୋଖରୀର ପୁନରୁଦ୍ଧାର ସମେତ ପଙ୍କୋଦ୍ଧାର, ସେଥିର ବିଭିନ୍ନ ର୍ପାର୍ଶ୍ୱରେ ଗାଧୁଆ ତୁଠ ଓ ସୁରକ୍ଷା ପାଚେରୀ ନିର୍ମାଣ ସମେତ ଅନ୍ୟାନ୍ୟ ଆବଶ୍ୟକ କାର୍ୟ୍ୟ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିବା ଜଣାଯାଏ ।
ଏହି ଉପରୋକ୍ତ ସମସ୍ତ ଟଙ୍କା ସରକାର ପର୍ୟ୍ୟାୟ କ୍ରମେ ମଞ୍ଜୁର କରିଥିଲେ ମଧ୍ୟ କାମ ଠିକଣା ସମୟରେ ସମ୍ପୂର୍ଣ ହୋଇ ପାରିନଥିଲା ।
ଏହି ପ୍ରକଳ୍ପ ନିର୍ମାଣ କାର୍ୟ୍ୟରେ ଅହେତୁକ ବିଳମ୍ବ କରିବା ସହ ସେଥିରେ ବିଭିନ୍ନ କାର୍ୟ୍ୟରେ ମିଥ୍ୟା ବିଲ୍ ଦାଖଲ କରି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇଥିବା ସମ୍ପର୍କିତ ଏକ ମହା ଅଭିଯୋଗ କିଛିଦିନ ପୂର୍ବେ ବ୍ରହ୍ମପୁର ଭିଜିଲାନ୍ସ ରେ ନିକଟରେ ହୋଇଥିଲା । ପରେ ସଂପୃକ୍ତ ଅଭିଯୋଗକୁ ଭିତ୍ତିକରି ଘଟଣା ସମ୍ପର୍କରେ ଯାଞ୍ଚ କରାଯାଇ ଏହାର ତଦନ୍ତ ରିପୋର୍ଟ ମଧ୍ୟ ଦିଆ ଯାଇଥିଲା , ଯେଉଁଥିରେ କି ସମ୍ପୃକ୍ତ ପୋଖରୀରେ କଂକ୍ରିଟ କାମ , ଗାର୍ଡ ୱାଲ୍, ପାହାଚ ନିର୍ମାଣ ଓ ମାଟି କାମରେ ବ୍ୟାପକ ଚଞ୍ଚକତା ମାଧ୍ୟମରେ ଫଲ୍ସ ବିଲ କରିଥିବା ଜଣା ପଡିଥିଲା ।
ଏହି ଦିଆ ଯାଇଥିବା ସମସ୍ତ ରିପୋର୍ଟକୁ ଆଧାର କରି ଘଟଣାରେ ସମ୍ପୃକ୍ତ ବିରୋଧରେ ମାମଲା ରୁଜୁ କରା ଯାଇ କାର୍ୟ୍ୟର ଗୁଣବତ୍ତା ସହ ହୋଇଥିବା ସମସ୍ତ ଆର୍ଥିକ କାରବାର ସମ୍ପର୍କିତ ସମସ୍ତ ଦସ୍ତାବିଜ ଯାଞ୍ଚ କରା ଯାଇଥିଲା । ଏହି ପ୍ରକଳ୍ପ ନିର୍ମାଣ କାର୍ୟ୍ୟରେ ମୋଟ ୫୫ଲକ୍ଷ ୬୯ହଜାର ୩୩ ଟଙ୍କାର ମୋଟାମୋଟି ଭାବେ ହେରଫେର ହୋଇଥିବା ଜଣାପଡ଼ିବା ପରେ ଏଥିରେ ସମ୍ପୃକ୍ତ ଅଧିକାରୀ ତଥା ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଉପସ୍ଥିତ ରହିବା ପାଇଁ ନୋଟିସ ହେବା ପରେ ଭିଜିଲାନ୍ସର ଏକ ୬ ଜଣିଆ ଟିମ୍ ସମ୍ପୃକ୍ତ ୩ ଜଣଙ୍କୁ ଉଠାଇ ନେଇଥିଲା । ଗତକାଲି ଘଟଣାରେ ସମ୍ପୃକ୍ତ ଥିବା ସେହି ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଜଣାଯାଇଛି ।






