ଗଜପତି :ଓ:ଏସ:ସି:ଆଇ:ଟି: ଶିକ୍ଷା କ୍ଷେତ୍ରରେ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗଜପତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୨ : ଇଲେକ୍ଟ୍ରୋନିକ ଓ ସୂଚନା ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଭୁବନେଶ୍ୱର’ର ଓ:କେ:ସି:ଏଲ: ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଳ ଓଡ଼ିଟୋରୀୟମ ଓକେସିଏଲ ର ପରିଚାଳନା ରେ ଶ୍ରୀ ମନୋରଞ୍ଜନ ପୁଥାଳଙ୍କ ଅଧ୍ୟକ୍ଷତା ରେ , ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ଏକମାତ୍ର କମ୍ପୁଟର ଶିକ୍ଷା କେନ୍ଦ୍ର ର ଅଧକ୍ଷ ଶ୍ରୀ ଲୋକନାଥ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ର ଗୌରବ ଆଣିଛନ୍ତି ।
ଜିଲ୍ଲା ରେ ଏମିତି ଏକ ପ୍ରଶିକ୍ଷଣ କେନ୍ଦ୍ର ୟୁ-ଟେକ୍ କମ୍ପ୍ୟୁଟର ସେଣ୍ଟର୍ , ଯାହାକି ଆଜି ଓ:ଏସ:ସି:ଆଇ:ଟି ଓ ଓ:ସି:ଓ:ସି: ୩୦୦ ପିଲା ରୁ ଉର୍ଦ୍ଧ ଆଜି ନାମ ଲେଖାଇ ଶିକ୍ଷା ପାଉଛନ୍ତି , ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢିବାରେ ଆଜି ୟୁ-ଟେକ୍ କମ୍ପ୍ୟୁଟର ସେଣ୍ଟର୍ ର ନିର୍ଦେଶକ ଜିଲ୍ଲା ପାଇଁ ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଡ଼ଃ ଲୋକନାଥ ମିଶ୍ର ଜଣେ ସମାସେବୀ , ଜଣେ ୟୁ-ଟେକ୍ କମ୍ପ୍ୟୁଟର ସେଣ୍ଟରର ଜଣେ ଆଦର୍ଶ ଶିକ୍ଷକ ରୂପେ ପରିଚିତ ।
ତାଙ୍କର ଏହି ରାଜ୍ୟସ୍ତରୟ ପୁରସ୍କାର ସମ୍ମାନିତ ମିଳିବା ପଛରେ ୟୁ-ଟେକ୍ କମ୍ପ୍ୟୁଟର ସେଣ୍ଟର୍ ର ଷ୍ଟାଫ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ ଙ୍କ ବହୁତ୍ ଅବଦାନ ରହିଛି ।
ଏହି ରାଜ୍ୟସ୍ତରୟ କାର୍ଯ୍ୟକ୍ରମ ଅକୋକ ର ମୁଖ୍ୟ ସୂଚନା ସଚିବ ଡଃ ପ୍ରଦିପ କୁମାର ରାଉତ , ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ , ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।
ଶେଷରେ ସିଏସ: ସସ୍ମିତା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।






