Legatus

ଗଜପତି :ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସିଡିଭିଓଙ୍କୁ ୫ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ

 Breaking News

ଗଜପତି :ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସିଡିଭିଓଙ୍କୁ ୫ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ

ଗଜପତି :ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସିଡିଭିଓଙ୍କୁ ୫ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ
May 12
20:17 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୫: ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ସଂଘର ସଭାପତି ଶ୍ରୀ ଗୌରହରି ବେହେରାଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବୀ ସମ୍ମିଳିତ ଏକ ଦାବିପତ୍ର , ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ , ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଏସଡିଭିଓ: ଡ଼ାଃ ରମାକାନ୍ତ ରଣାଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।
୫ ଦଫା ଦାବୀ ଗୁଡିକ ହେଲା:- (୧)- ଦରମା ରେ ଥିବା ଅସଙ୍ଗତି ଦୂରୀକରଣ (୨):- କ୍ୟାଡର ପୁନର୍ଗଠନ ଓ କାର୍ଯ୍ୟ ସାରଣୀର ସଂଶୋଧନ (୩):- ନିଯୁକ୍ତି ନିୟମରେ ସଂଶୋଧନ (୪):- ୨ ବର୍ଷିଆ ଡିପ୍ଲୋମା ପୁନଃ ପ୍ରଚଳନ,ତାର ନାମକରଣ ଓ ବରିଷ୍ଠତା ଭିତ୍ତିରେ ସମସ୍ତ ପ୍ରାଣୀଧନ ନିରୀକ୍ଷକ ମାନଙ୍କୁ ଡିପ୍ଲୋମା ମାନ୍ୟତା ପ୍ରଦାନ ଏବଂ (୫):- ୨୦୦୮ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାଣୀଧନ ନିରୀକ୍ଷକ ମାନଙ୍କ ଚୁକ୍ତିଭିତ୍ତିକ କାର୍ଯ୍ୟକାଳକୁ ନିୟମିତ କାଳ ଭାବେ ଗଣନା କରି ଆର୍ଥିକ ସୁବିଧା ପ୍ରଦାନ , ଏହି ଭଳି ପାଞ୍ଚଦଫା ଦାବୀ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
ଦାବି ଗୁଡ଼ିକ ସମାଧାନ ନ ହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ଏବଂ ଆନ୍ଦୋଳନ ମଧ୍ୟରେ ପ୍ରାଣୀ ସମ୍ପଦର କିଛି ଯଦି କ୍ଷତି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଗଜପତି ଜିଲ୍ଲା ସଂଘ ସଭାପତି ଶ୍ରୀ ଗୌରହରି ବେହେରା ଏବଂ ସଂଘର ସଂପାଦକ ଶ୍ରୀ ବିଭୂତି ଭୂଷଣ ଗନ୍ତାୟତ ଜଣାଇଛନ୍ତି ।
କର୍ମଚାରୀ ମାନେ ଦାବୀ ପତ୍ର ପ୍ରଦାନ ବେଳେ କଳାବ୍ୟାଚ ପରିଧାନ କରି ଦାବିପତ୍ର ପ୍ରଦାନ କରିଥିଲେ ।
ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ଗନ୍ତାୟତ , ଉପସଭାପତି ଶ୍ରୀ ଏସ: ବୀର ରାଜୁ , ସଂଗଠନ ସମ୍ପାଦକ ଶ୍ରୀ ଏ: ଶଙ୍କର ରାଓ , ଯୁଗ୍ମ ସମ୍ପାଦକ ଶ୍ରୀ ଏସ: ଏନ: ପଣ୍ଡା ଏବଂ ଉପଦେଷ୍ଟା ଶ୍ରୀ ପି:କେ: ପଟ୍ଟନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା ସଂଘର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । –

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31